ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତିକି, କାହିଁକି ପାଳନ କରାଯାଇଥାଏ ମହାଳୟା । ବାସ୍ତବରେ ପିତୃପକ୍ଷକୁ ଶ୍ରାଦ୍ଧ ଦେବା ପାଇଁ ମହାଳୟା ପର୍ବ ପାଳନ କରାଯାଇଥାଏ । ସାଧାରଣତ ହିନ୍ଧୁ ପରମ୍ପରା ଅନୁଯାୟୀ ଆଶ୍ୱିନ ମାସର କୃଷ୍ଣ ପକ୍ଷର ଶେଷ ତାରିଖ ଅର୍ଥାତ ଅମାବାସ୍ୟାକୁ ମହଳୟା ବୋଲି କୁହାଯାଇଥାଏ । ଏହାକୁ ୧୫ ଦିନ ଯାଏଁ ପାଳନ କରାଯାଇଥାଏ । ତେବେ ବିଶ୍ବାସ ରହିଥାଏ ଯେ ପିତୃପୁରୁଷଙ୍କୁ ଶାନ୍ତି କରିବା ପାଇଁ ୧୫ ଦିନ ଯାକ ଘରଦ୍ୱାର ପରିଷ୍କାର ପରିଚ୍ଛନ୍ନ ରଖାଯାଇଥାଏ । ବିଶ୍ୱାସ ରହିଛି ଏହି ୧୫ ଦିନ ପାଇଁ ପିତୃପୁରୁଷଙ୍କୁ ଯମରାଜ ନିଜ ପରିବାରକୁ କାଳେ ଛାଡ଼ିଥାନ୍ତି । ତେବେ ଏହି ସମୟରେ ଯଦି ତାଙ୍କ ଆତ୍ମା ତୃପ୍ତି କରାନଯାଏ, ତେବେ ସେ ଦୁଃଖରେ କାନ୍ଦି ଚାଲିଗଲେ ତାର ପ୍ରଭାବ ସମସ୍ତଙ୍କ ଉପରେ ପଡିଥାଏ ଏବଂ ପିତୃଦୋଷ ଲାଗିଥାଏ ।
ମହାଳୟା ଦିନ ଖାଇବାକୁ ଦେଲେ ସେମାନେ ସନ୍ତୁଷ୍ଟ ହୋଇଥାନ୍ତି । ଏମିତି ବି କୁହାଯାଏ, ଯଦି ଆପଣ ସମସ୍ତ କାର୍ଯ୍ୟରେ ଅସଫଳ ହେଉଥାନ୍ତି ତେବେ, ଆପଣଙ୍କୁ ପିତୃଦୋଷ ଲାଗିଥାଏ ବୋଲି କୁହାଯାଏ । ସବୁଠି ନିନ୍ଦା ଶୁଣିବାଠୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ଯଦି କିଛି ଅସୁବିଧା ହୋଇଥାଏ, ତେବେ ପିତୃଦୋଷ ବୋଲି କୁହାଯାଏ । ଜାତକ ଠିକ ଥିଲେ ବି ବିବାହରେ ବିଳମ୍ବ ହେଲେ ପିତୃଦୋଷ ରହିଥାଏ । ସେଥିପାଇଁ ଏହି ୧୫ ଦିନ ଯାଏଁ ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ଉଚିତ୍ । ସେମାନଙ୍କୁ ଖାଇବାକୁ ଦେବା ଉଚିତ୍ । ତେଣୁ ଏହି ଦିନକୁ ମହାଳୟା ବୋଲି କହିଥାଉ ବା ପଳନ କରିଥାଉ ।