ଓଡ଼ିଶା 365 (ବ୍ୟୁରୋ) : ଆଜି ହେଉଛି ବଶ୍ୱ ଅଣ୍ଡା ଦିବସ । ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଶୁକ୍ରବାର ଦିନ ପାଳନ କରାଯାଇଥାଏ ବିଶ୍ୱ ଅଣ୍ଡା ଦିବସ । ପ୍ରାୟ ୪୦ଟି ଦେଶର ଲୋକମାନେ ଏହି ଦିନକୁ ପାଳନ କରନ୍ତି । ବାସ୍ତବରେ ଏହି ଦିନକୁ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଅଣ୍ଡାର ପୁଷ୍ଟିକର ଉପକାରିତା ବିଷୟରେ ଅବଗତ କରାଇବା । ମଣିଷର ପୁଷ୍ଟିକର ଖାଦ୍ୟ ମଧ୍ୟରେ ଅଣ୍ଡା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ସେଥିପାଇଁ କୁହାଯାଇଥାଏ ଛୋଟ ପିଲାମାନଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ, ସମସ୍ତେ ଅଣ୍ଡା ଖାଇବା ନିହାତି ଆବଶ୍ୟକ । କାରଣ ଗୋଟିଏ ଅଣ୍ଡାରେ ୬ ପ୍ରତି ଗ୍ରାମ ପ୍ରୋଟିନ୍ ରହିଥିବା ସହିତ ୭୫ ଭାଗ ମାନବ ଶରୀର ପାଇଁ କ୍ୟାଲୋରୀ ରହିଥାଏ ।
ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ମଧ୍ୟାହ୍ନଭୋଜନରେ ଦୁଇ ଦିନ ଅଣ୍ଡା ଦେବା ପାଇଁ ହୋଇଥିଲା ଯୋଜନା । ତେବେ ଅଣ୍ଡା ଗୋଟିକ କିଣା ୭ଟଙ୍କା ପଡ଼ୁଥିବା ବେଳେ ପିଲାଙ୍କ ମଧ୍ୟାନ ଭାଜନ ପାଇଁ ୫ଟଙ୍କା ୭୦ ପଇସା ରହିଥିବା ବେଳେ ଏବେ କିନ୍ତୁ ଏମଡିଏମରୁ ଗାଏବ୍ ହୋଇଯାଇଛି ଅଣ୍ଡା । ପିଲାଙ୍କୁ ଅଣ୍ଡା ବଦଳରେ କେତେବେଳେ ବିସ୍କୁଟ ପାକେଟ୍ ତ ଆଉ କେତେବେଳେ ଖସା ଲଡ଼ୁ ଧରାଇ ଦିଆଯାଉଛି । ମଧ୍ୟାହ୍ନଯୋଜନା ପାଇଁ ଦିଆଯାଉଥିବା ଅର୍ଥରାଶିରେ ପିଲାଙ୍କୁ ଅଣ୍ଡା ଯୋଗାଇ ଦେବା ସମ୍ଭବ ହେଉନଥିବା ଅଭିଯୋଗ ମଧ୍ୟ ଅନେକଥର ହେଉଛି ।