ଓଡ଼ିଶା 365 (ବ୍ୟୁରୋ): କଟକର ବିପର୍ଯ୍ୟସ୍ତ ରାସ୍ତାଘାଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କାଇକୋର୍ଟ। ଏଣୁ ଆସନ୍ତା ୨୭ ତାରିଖ ସୁଦ୍ଧା ସହରରେ ରାସ୍ତାଘାଟ ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କଟକର ବିପର୍ଯ୍ୟସ୍ତ ରାସ୍ତା ମାମଲା ନେଇ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି ଆର ଆଣ୍ଡ ବି, ୱାଟକୋ, ସିଏମସି ସିଟି ଇଞ୍ଜିନିୟର ଏବଂ ଗେଲ ପ୍ରବନ୍ଧକଙ୍କ ସହ ସମସ୍ତ ଅଧିକାରୀ ।
ଉକ୍ତ ପ୍ରସଙ୍ଗକୁ ନେଇ ପୂର୍ବରୁ ହିନ୍ଦୁସେନା ଏବଂ ହାଇକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରିଥିଲେ । ତେବେ ଉଚ୍ଚ ଅଦାଲତ ଏହାର ଶୁଣାଣି କରି ଉଦବେଗ ପ୍ରକାଶ କରିଥିବା ବେଳେ ନଭେମ୍ବର ୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ତେବେ ମାର୍ଚ୍ଚ ମାସ ସୁଦ୍ଧା ବକ୍ସ ଡ୍ରେନ୍ ନିର୍ମାଣ କାମ ସରିବ ବୋଲି ହାଇକୋର୍ଟଙ୍କୁ ଆମିକସ୍କ୍ୟୁରୀ ଅବଗତ କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶର ଆଡଭୋକେଟ୍ କମିଟି କାର୍ଯ୍ୟକାରିତା ତଦାରଖ କରିବ ।