ଓଡ଼ିଶା 365 (ବ୍ୟୁରୋ): ଆଖି ବୁଜିଲେ ଭେଟେରାନ ଚଳଚ୍ଚିତ୍ର ତଥା ଟିଭି ଅଭିନେତ୍ରୀ ଭୈରବୀ ବୈଦ୍ୟ। ମାତ୍ର ୬୭ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ଭୈରବୀ ।ସେ ଗତ କିଛି ସମୟ ଧରି କର୍କଟ ରୋଗରେ ପୀଡିତ ଥିଲେ। ବର୍ତ୍ତମାନ ଏହି ଖବର ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳାଇଦେଇଛି । ସୂଚନା ଅନୁଯାୟୀ, ଭୈରବୀ ପ୍ରାୟ ୪୫ ବର୍ଷ ଧରି ଚଳଚ୍ଚିତ୍ର ଜଗତରେ କାମ କରୁଥିଲେ । ସେ ପ୍ରଥମେ ଫିଲ୍ମ ‘ତାଲ’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଐଶ୍ୱର୍ୟ୍ୟା ରାୟ ବଚ୍ଚନଙ୍କ ଏହି ଚଳଚ୍ଚିତ୍ରରେ ସେ ଜାନକୀଙ୍କ ଭୂମିକାରେ ନଜର ଆସିଥିଲେ। ଏହା ବ୍ୟତୀତ ତାଙ୍କୁ ସଲମାନ ଖାନଙ୍କ ଫିଲ୍ମ ‘ଚୋରୀ-ଚୋରୀ ଚୁପକେ-ଚୁପକେ’ରେ ମଧ୍ୟ ଦେଖିବାକୁ ମିଳିଥିଲା। ହେଲେ ବର୍ତ୍ତମାନ ଭୈରବୀଙ୍କ ଦେହାନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଯାହାକୁ ନେଇ ବଲିଉଡର ଅନେକ କଳାକାର ଦୁଃଖରେ ଭାଙ୍ଗିପଡିଛନ୍ତି ।