ଓଡ଼ିଶା 365 (ବ୍ୟୁରୋ): ଆଫଗାନିସ୍ତାନର ପିଛା ଛାଡୁନି ଭୂକମ୍ପ । ଗୋଟିଏ ସପ୍ତାହରେ ୧୦ ଥର ଭୂକମ୍ପ ଝଟକାରେ ଥରିଲାଣି ଆଫଗାନିସ୍ତାନ । ଆଜି ପୁଣି ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୬ ରେକର୍ଡ ହୋଇଛି।
ଏନସିଏସ ଅନୁଯାୟୀ ଶୁକ୍ରବାର ସକାଳ ୬:୩୯ମିନିଟରେ ଆଫଗାନିସ୍ତାନରେ ୫୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ତେବେ ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଅନ୍ୟପଟେ ସପ୍ତାହ ମଧ୍ୟରେ ହୋଇଥିବା ଭୂକମ୍ପରେ ପ୍ରାୟ ୨୦୦୦ ଜୀବନ ଯାଇଛି । ସେମାନଙ୍କ ମଧ୍ୟରେ ଅଧିକ ମହିଳା ଥିବା ସୂଚନା ମିଳିଛି ।