ଓଡ଼ିଶା 365 (ବ୍ୟୁରୋ): ଖୁବଶୀଘ୍ର ଆସୁଛି ଓଡିଆ ଚଳଚ୍ଚିତ୍ର ‘ଡଟ ପେନ୍’ ।ଏହା ଭାଇ, ଭଉଣୀ ଓ ଏକ ଡଟପେନ୍ ର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି। ଭାଇ ନିଜ ଭଉଣୀ ପାଇଁ ପ୍ରତିଶୋଧ ନେଉଛି। ହେଲେ କାହିଁକି ଓ ଡଟ୍ ପେନ୍ ସହ କ’ଣ ସମ୍ପର୍କ ଏହି ଦୁଇ ଜଣଙ୍କର? ଏଭଳି ଏକ ସସ୍ପେନ୍ସ ସହ ଜଣେ ସାଇକୋ କିଲର୍ କାହାଣୀକୁ ନେଇ ଫିଲ୍ମଟି ନିର୍ମାଣ ହୋଇଛି । ସୂଚନା ମୁତାବକ, ଢେଙ୍କାନାଳର ଏକ ସତ୍ୟ ଘଟଣାକୁ ନେଇ ଏହି ଫିଲ୍ମଟି ଆଧାରିତ ହୋଇଛି । ଏହାର ଅଧିକାଂଶ ଦୃଶ୍ୟ କାମାକ୍ଷାନଗରରେ ଶୁଟିଂ ହୋଇଛି।
ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଜ୍ୟୋତିରଞ୍ଜନ ଏବଂ ଜ୍ୟୋତିଙ୍କ ଭଉଣୀ ଚରିତ୍ରରେ ନଚର ଆସିବେ ଦିବ୍ୟାଦିଶା ମହାନ୍ତି। ସେହିପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ଅଙ୍କିତ କୁମାର। ଏମାନଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ଶକ୍ତି ବରାଳ, ସୁପ୍ରିୟା ନାୟକ, ଅର୍ପିତା ସାହୁ, ପ୍ରିୟମ୍ବଦା, ଅନନ୍ୟା ଦାସ ଓ ଲୋକପ୍ରିୟ ୟୁଟ୍ୟୁବର ରାଜୁ ଦାସ, ସନ୍ତୁଙ୍କ ପରି ଅନେକ କଳାକାରମାନଙ୍କୁ ମଧ୍ୟ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ । ଏହାସହ ଦୁଇ ନୂଆ ମୁହଁ ପ୍ରୀତି ବିଶ୍ବାଳ ଓ ରୋହନ ଗର୍ଗଙ୍କୁ ଏ ଫିଲ୍ମର ଅନ୍ୟତମ ଆକର୍ଷଣ ଭୂମିକାରେ ଦେଖିବାକୁ ମିଳିବ । ଏହି କାହାଣୀଟି ଡ. ଦୀପକ କୁମାର ଲେଖିଥିବାବେଳେ, ପ୍ରଯୋଜନା, ନିର୍ଦ୍ଦେଶନା, ଚିତ୍ରନାଟ୍ୟ ଦାୟିତ୍ୱରେ ଅଛନ୍ତି ଅଶ୍ୱିନୀ ତ୍ରିପାଠୀ ।