ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ ଅଭିନେତା ଜୟଦୀପ ଅହଲାୱତଙ୍କ ବୟାନ । ନିଜର ଦମଦାର ଅଭିନୟରେ ସେ ବଲିଉଡରେ ନିଚର ଏକ ସତବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଫ୍ୟାନ୍ସମାନଙ୍କ ହୃଦୟରେ ରାଜ କରୁଛନ୍ତି । ନିକଟରେ ଅଭିନେତ୍ରୀ କରୀନା କପୁରଙ୍କ ସହ ତାଙ୍କୁ ‘ଜାନେ ଜାନ’ ଫିଲ୍ମରେ ନଜର ଆସିଥିଲେ । ଚଳଚ୍ଚିତ୍ରରେ ଜୟଦୀପଙ୍କ ଅଭିନୟକୁ ଫ୍ୟାନ୍ସମାନେ ବହୁତ ପ୍ରଶଂସା କରିଥିଲେ । ହେଲେ ବର୍ତ୍ତମାନ ଜୟଦୀପଙ୍କ ଏକ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ କେବେ ବି ନିଜକୁ ସ୍କ୍ରିନ୍ରେ ଦେଖନ୍ତି ନାହିଁ। ଜୟଦୀପ କେବଳ ତାଙ୍କର ସିରିଜ୍ ‘ପାତାଲ୍ ଲୋକ’ ଏବଂ ଫିଲ୍ମ ‘ରାଜି’ ଦେଖିଛନ୍ତି। ରାଜି ଏହି କାରଣରୁ ଦେଖିଛନ୍ତି କାହିଁକି ନା ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ମେଘନାଙ୍କ ତାଙ୍କ ନମ୍ଵର ବ୍ଲକ୍ କରିବା ନେଇ ଧମକ ଦେଇଥିଲେ।
ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ତୁମର କାମ ତୁମକୁ ପ୍ରଭାବିତ କରେ। ମୁଁ ଜୀବନରେ ପ୍ରଥମ ଥର ପାଇଁ ‘ରାଜି’ ସମୟରେ ଖରାପ ସ୍ୱପ୍ନ ଦେଖିବା ଆରମ୍ଭ କଲି। ତା’ ପୂର୍ବରୁ କେବେ ବି ଖରାପ ସ୍ବପ୍ନ ମୁଁ ଦେଖିନଥିଲି। ମୁଁ ଗୁଇନ୍ଦା ବିଭାଗ ଓ ସ୍ପାଏ ବିଷୟରେ ଏତେ ପଢ଼ିଦେଇଥିଲି ଯେ ଏହାକୁ ନେଇ ମୋତେ ଡର ଲାଗିବା ଆରମ୍ଭ ହେଲା। ଗୁପ୍ତଚର ହେବା ଏତେ କଷ୍ଟକର ସେ ଧାରଣା ମୋର ନଥିଲା। ଫିଲ୍ମ ପାଇଁ ମୋତେ ସେ ସବୁ ବିଷୟରେ ପଢ଼ିବାକୁ ପଡ଼ିଥିଲା। ସୁଟିଂ କରିବା ପରେ ମୋ ମନରେ ଡର ଥିଲା । ମୁଁ ନିଜକୁ ପରଦାରେ ଏହି଼ ଫିଲ୍ମ ଦେଖିବାକୁ ଡରୁଥିଲି। ହେଲେ ଆଲିଆ ଓ ନିର୍ଦ୍ଦେଶକ ମେଘନା ଗୁଲଜାର ମୋ ନମ୍ବର ବ୍ଲକ କରିଦେବାକୁ ଧମକ ଦେବାରୁ ମୁଁ ବାଧ୍ୟ ହୋଇ ଫିଲ୍ମର ସ୍କ୍ରିନିଂ ଦେଖିବାକୁ ପହଞ୍ଚିଥିଲି।