ଓଡ଼ିଶା 365 (ବ୍ୟୁରୋ): ସ୍ଥାୟୀ ପଟ୍ଟା ଦାବି ପୂରଣ ନହେବା ପ୍ରତିବାଦରେ ଆଜି ୧୨ ଘଣ୍ଟିଆ
ବୁର୍ଲା ବନ୍ଦଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହି
ବନ୍ଦ ଡାକରା ଦିଆଯାଇଛି। କେବଳ ଜରୁରୀ ତଥା ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଦେଲେ ବାକି ସବୁ ବନ୍ଦ
ରହିଛି। ବୁର୍ଲା ସହରବାସୀ ବହୁ ଦିନରୁ ସ୍ଥାୟୀ ପଟ୍ଟା ଦାବି କରି ଆସୁଥିବାବେଳେ ଆଜି ଯାଏଁ ଏହି
ସମସ୍ୟାର ସମାଧାନ ହେଲାନି। ଓଲଟା ରାସ୍ତା ପ୍ରଶସ୍ତିକରଣ ନାଁରେ ବୁର୍ଲା ସହରରେ ଉଚ୍ଛେଦ ଜାରି
ରହିଛି।
ବୁର୍ଲା ସହରର ବିଭିନ୍ନ ରାଜନୈତିକ
ଦଳ, ସାମାଜିକ ଅନୁଷ୍ଠାନ ଓ ବ୍ଯବସାୟୀ
ସଂଘର ମିଳିତ ଆହ୍ବାନରେ ଏହି ବନ୍ଦ କରାଯାଇଛି। ଶାନ୍ତି ଶୃଙ୍ଖଳାର ସହିତ ଏହି ପାଳନ
କରାଯାଉଥିବାବେଳେ ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ ଦିଆଯାଇଛି।