ଓଡ଼ିଶା 365 (ବ୍ୟୁରୋ) : ଦିନିକିଆ କ୍ରିକେଟ୍ ବିଶ୍ୱକପ ୨୦୨୩ର ଆଜି ଖେଳାଯିବ ଏକାଦଶ ମ୍ୟାଚ୍ । ଚେନ୍ନାଇରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ଟିମ୍ । ନ୍ୟୁଜିଲାଣ୍ଡ ଦୁଇଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଆଜିର ମ୍ୟାଚ୍ ଜିତି ପୁଣି ଥରେ ପଏଣ୍ଟ ଟେବୁଲରେ ଟପ୍କୁ ଫେରିବାକୁ ଲକ୍ଷ୍ୟ ରଖିଛି । ବାଂଲାଦେଶ ସେପଟେ ବିଜୟ ଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି । ଚେପକ୍ ପିଚ୍ ଉପରେ ସମସ୍ତଙ୍କ ନଜର ରହିଛି।
ରେକର୍ଡକୁ ଦେଖିଲେ ନ୍ୟୁଜିଲାଣ୍ଡର ପଲା ଭାରି ରହିବ । ନ୍ୟୁଜିଲାଣ୍ଡ୍ ଦଳ ବିଶ୍ୱକପ ପୂର୍ବରୁ ବାଂଲାଦେଶ ଯାତ୍ରା କରି ୨-୦ରେ ଦିନିକିଆ ସିରିଜ ଜିତିଥିଲା । ବର୍ତ୍ତମାନ ଦଳର ଖେଳାଳିମାନେ ଚମତ୍କାର ଫର୍ମରେ ରହିଛନ୍ତି । କ୍ବିଓ୍ବି ଦଳରେ ଏକାଧିକ ମ୍ୟାଚ୍ ବିଜେତା ରହିଛନ୍ତି ।
ବିଶ୍ୱକପ୍ରେ ଉଭୟ ଦଳ ପରସ୍ପରକୁ ୫ଥର ଭେଟିଛନ୍ତି । ନ୍ୟୁଜିଲାଣ୍ଡ ସମସ୍ତ ମ୍ୟାଚ୍ ଜିତିଛି ।
ଷ୍ଟାର୍ ବ୍ୟାଟର୍ କେନ୍ ୱିଲିୟମସନ ଶୁକ୍ରବାର ଗ୍ରାଉଣ୍ଡକୁ ଓହ୍ଲାଇବାକୁ ଯାଉଛନ୍ତି । ସେ ଦଳର ନେତୃତ୍ୱ ନେବେ । ଆଇପିଏଲ୍ ସମୟରେ ୱିଲିୟମସନ୍ ଆହତ ହୋଇଥିଲେ । ଶୁକ୍ରବାର ସେ ଖେଳିବେ ବୋଲି ସ୍ପଷ୍ଟ କରିଦେଇଛନ୍ତି । ଫଳରେ ଦଳର ବ୍ୟାଟିଂ କ୍ରମରେ ପରିବର୍ତ୍ତନ ହେବ । ୩ନଂ ସ୍ଥାନରେ ସେ ବ୍ୟାଟିଂ କରିବେ । ରଚିନ ରବିନ୍ଦ୍ର ୪ନଂ ସ୍ଥାନକୁ ଖସିବେ ଓ ଡାରିଲ୍ ମିଚେଲ୍ ୬ନଂ ସ୍ଥାନରେ ବ୍ୟାଟିଂ ପାଇଁ ଓହ୍ଲାଇବେ । ସେହିପରି ଲୋକି ଫର୍ଗୁସନ୍ଙ୍କ ସ୍ଥାନରେ ଆଇସ୍ ସୋଦ୍ଧିଙ୍କୁ ସୁଯୋଗ ମିଳିବ ।