ଓଡ଼ିଶା 365 (ବ୍ୟୁରୋ): ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ୍ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୁ । ଚାରି ବର୍ଷର ବୈବାହିକ ଜୀବନ ପରେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଦମ୍ପତି ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ପରସ୍ପରକୁ ଛାଡ଼ପତ୍ର ଦେଉଥିବା ଖବର ଅକ୍ଟୋବର ୨, ୨୦୨୧ରେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ। ଦୁହେଁ ନିଜର ଇନ୍ଷ୍ଟାଗ୍ରାମ ପେଜରେ ଲେଖିଥିଲେ ଯେ , ଅନେକ ଚିନ୍ତା କରିବା ପରେ ସ୍ୱାମୀ-ସ୍ତ୍ରୀ ରୂପେ ସମ୍ପର୍କ ଶେଷ କରିବାକୁ ଆମେ ନିଷ୍ପତ୍ତି ନେଇଛୁ । ଆମେ ବେଶ୍ ଭାଗ୍ୟଶାଳୀ ଯେ, ଦଶ ବର୍ଷରୁ ଅଧିକ ଦିନ ଧରି ଆମ ବନ୍ଧୁତ୍ୱ ଥିଲା । ଆମ ସମ୍ପର୍କ ବେଶ୍ ଭିନ୍ନ । ପରସ୍ପର ଅଲଗା ହେବା ପରେ ମଧ୍ୟ ସର୍ବଦା ଭଲ ବନ୍ଧୁ ହୋଇ ରହିବୁ’। ଏଭଳି ଅସୁବିଧା ସମୟରେ ସମର୍ଥନ କରିବା ପାଇଁ ଏବଂ ଆମକୁ ଆଗକୁ ବଢ଼ିବାକୁ ଦେବା ପାଇଁ ତଥା ପ୍ରାଇଭେସି ଦେବା ଲାଗି ପ୍ରଶଂସକ, ମିଡିଆ ଓ ଶୁଭଚିନ୍ତକଙ୍କୁ ଅନୁରୋଧ କରି ଅକ୍ଟୋବର ୨, ୨୦୨୧ରେ ପାରସ୍ପରିକ ସମ୍ମତି ନେଇ ଉଭୟ ପରସ୍ପର ଠାରୁ ଛାଡପତ୍ର ନେଇଥିଲେ । ଯାହା ଫ୍ୟାନ୍ସମାନଙ୍କୁ ବଡ଼ ଝଟକା ଦେଇଥିଲା । ଦୁହେଁ ଅଲଗା ହେବା ପରେ ଏବେ ନିଜ ନିଜ କାମକୁ ନେଇ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି।
ହେଲେ ଗତ କିଛି ଦିନ ତଳେ ଦୁହେଁ ପୁଣି ଥରେ ଏକାଠି ହେବେ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ସାମନ୍ଥା ନିକଟରେ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ନାଗାଙ୍କ ନାମର ଟାଟୁ ହଟାଇବା ସହ ହେଉଥିବା ଚର୍ଚ୍ଚା ଉପରେ ବ୍ରେକ୍ ଲଗାଇଥିଲେ। ବର୍ତ୍ତମାନ ଏହି ଚର୍ଚ୍ଚା ଥମିବା ପରେ ପୁଣିଥରେ ଲାଇମ୍ ଲାଇଟ୍କୁ ଆସିଛି ସାମନ୍ଥାଙ୍କ ଏକ ଇନଷ୍ଟା ପୋଷ୍ଟ । ସେ ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ସେ ଡାକ୍ତରଖାନାରେ ଭର୍ତ୍ତି ହେବା ଭଳି ଲାଗୁଛି। କାରଣ ସେ ଏକ ଖଟ ଉପରେ ଶୋଇଥିବା ବେଳେ ତାଙ୍କ ହାତରେ ଡ୍ରିପ୍ସ ଲାଗିଥବା ମଧ୍ୟ ଦେଖିବାକୁ ମିଳିଛି। ଏଭଳି ଫଟୋ ସେୟାର କରିବା ସହ ସେ ଯେଉଁ ଔଷଧ ନେଉଛନ୍ତି, ତାହା ମଧ୍ୟ ଲେଖିଛନ୍ତି । ସେପଟେ ତାଙ୍କ ଷ୍ଟୋରୀ ଦେଖି ପ୍ରଶଂସକମାନେ ଚିନ୍ତାରେ ପଡ଼ିଯାଇଛନ୍ତି।