ଓଡ଼ିଶା 365 (ବ୍ୟୁରୋ): ବ୍ରହ୍ମପୁର ନୀଳକଣ୍ଠନଗର ଶିଶୁ କଲ୍ୟାଣ କମିଟି ସଦସ୍ୟା ସୌଦାମିନୀ ରଥ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ଗଞ୍ଜାମ ଜିଲ୍ଲା ଗୋଷାଣୀ ନୂଆଗାଁ ଥାନା ପୋଲିସ। ସୌଦାମିନୀଙ୍କ ଡ୍ରାଇଭର ହିଁ ଘରେ ପସି ସୌଦାମିନୀଙ୍କୁ ହତ୍ୟା କରିଥିବା ସ୍ପଷ୍ଟ କରିଛନ୍ତି ପୋଲିସ। ଗଞ୍ଜାମ ଜିଲ୍ଲା ଗୋଷାଣୀ ନୂଆଗାଁ ଥାନା ନୀଳକଣ୍ଠ ନଗରରେ ଏହି ହତ୍ୟାକାଣ୍ଡ ଘଟିଛି ।
ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଘରେ ଏକୁଟିଆ ଥିଲେ ସୌଦାମିନୀ । କାହା ସହ ମୋବାଇଲ ଫୋନରେ କଥା ହେଉଥିବା ବେଳେ ଡ୍ରାଇଭର ଆକ୍ରମଣ କରିଥିଲା। ଡ୍ରାଇଭରକୁ ଅଟକ ରଖି ଅଧିକ ଖୋଳତାଡ କରୁଛି ଗୋଷାଣୀ ନୂଆଗାଁ ଥାନା ପୋଲିସ । ତେବେ କାହିଁକି ମାଲିକାଣୀଙ୍କୁ ହତ୍ୟା କଲା ଡ୍ରାଇଭର ସେନେଇ ଅଧିକ ତନାଘନା ଚଳାଇଛି ପୋଲିସ।