ଓଡ଼ିଶା 365 (ବ୍ୟୁରୋ): ହମାସ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଛି ଯୁଦ୍ଧ। ହମାସ ଆତଙ୍କବାଦୀମାନେ ସୀମାକୁ ଲାଗିଥିବା ଗାଁରେ ଚଳାଇଥିଲେ ନରସଂହାର । ଆତଙ୍କବାଦୀମାନେ ପ୍ରଥମେ ରକେଟ ମାଡ଼ କରିବା ପରେ ଆତଙ୍କବାଦୀମାନେ ଗୋଟିଏ ପରେ ଗୋଟିଏ ଗାଁ ଭିତରେ ପ୍ରବେଶ କରି ସାଧାରଣ ଲୋକଙ୍କୁ ହତ୍ୟା କରୁଥିଲେ । ଗାଜା ଷ୍ଟ୍ରିପ୍ କୁ ଲାଗିଥିବା ଇସ୍ରାଏଲ ସୀମା ଅଞ୍ଚଳର ନିର୍ଏମ୍ ଗ୍ରାମକୁ ହମାସ ଆତଙ୍କବାଦୀମାନେ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲେ । କିନ୍ତୁ ଗ୍ରାମରେ ପ୍ରବେଶ କରିବାକୁ ଗଲାବେଳେ ଇନବିଲ୍ ରବିନ ଲିବରମ୍ୟାନ୍ଙ୍କ ସହ ଗ୍ରାମବାସୀଙ୍କ ଆତର୍କିତ ଆକ୍ରମଣରେ ଆତଙ୍କବାଦୀମାନେ ନିହତ ହୋଇଥିଲେ । ସକାଳୁ ସକାଳୁ ଗାଜାରୁ ଇସ୍ରାଏଲ ଆଡ଼କୁ ରକେଟ ମାଡ଼ ହୋଇଥିଲା । ରକେଟ ମାଡ଼ ପରେ ବିପଦ ଆସୁଥିବା ଲିବରମ୍ୟାନ୍ ଜାଣିପାରିଥିଲେ । ସେ ଉପସ୍ଥିତ ବୁଦ୍ଧି ଖଟାଇ ୧୨ଜଣିଆ ଟିମ୍ ଗଠନ କରିଥିଲେ । ବନ୍ଧୁକ ସହ ଗାଁର ମୁଖ୍ୟ ରାସ୍ତାରେ ଛପି ରହିଥିଲେ । ଆତଙ୍କବାଦୀମାନେ ନରସଂହାର ପାଇଁ ଆସୁଥିବା ବେଳେ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ରବିନ ଲିବରମ୍ୟାନ୍ଙ୍କ ଗୁଳିରେ ୫ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା ।
ଅନ୍ୟମାନେ ସାହସର ସହ ଆତଙ୍କବାଦୀଙ୍କ ସହ ଲଢ଼ିଥିଲେ । ହମାସ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣକୁ ସାମନା କରିପାରିନଥିଲେ । ଲିବରମ୍ୟାନଙ୍କ ସହ ତାଙ୍କ ଟିମ୍ ୨୫ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଏବେ ସମଗ୍ର ଇସ୍ରାଏଲ ତାଙ୍କ ସାହସକୁ ପ୍ରଶଂସା କରାଯାଉଛି । ଇନବିଲ୍ ଯଦି ଏପରି ଯୋଜନା କରି ରଣନୀତି ପ୍ରସ୍ତୁତ କରିନଥାନ୍ତେ ତେବେ ତାଙ୍କ ଗ୍ରାମରେ ମଧ୍ୟ ନରସଂହାର ରଚିଥାନ୍ତେ ଆତଙ୍କବାଦୀ ।୨୫ ବର୍ଷୀୟ ଇନବିଲଙ୍କ ସାହସିକତାକୁ ଏବେ ସାରା ବିଶ୍ୱ କରୁଛି ପ୍ରଶଂସା । ହମାସ ଆତଙ୍କବାଦୀଙ୍କ ଆକ୍ରମଣ ପରିସ୍ଥିତିରେ ସେ ନିଜର ଗ୍ରାମବାସୀଙ୍କୁ ସୁରକ୍ଷା ଦେଇ ଏବେ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି । ଏବେ ଇନବିଲ୍ ଙ୍କୁ ସୁରକ୍ଷା ଦେଉଛି ସେନା । ତାଙ୍କର ସାହସିକତାକୁ ନେଇ ସେଠାକାର ଗୃହମନ୍ତ୍ରାଳୟ ପ୍ରଶଂସା କରିବା ସହ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିଥିବାରୁ ଗଣମାଧ୍ୟମରେ ଜୋର ଧରିଛି ଚର୍ଚ୍ଚା।