ଓଡ଼ିଶା 365 (ବ୍ୟୁରୋ): ଜି-୨୦ ପରେ ଏବେ ଭାରତରେ ହେବାକୁ ଯାଉଛି ପି-୨୦ ବୈଠକ । ଜି-୨୦ ଶିଖର ସମ୍ମିଳନୀର ସଫଳ ଆୟୋଜନ ପରେ ଏବେ ରାଜଧାନୀ ଦିଲ୍ଲୀରେ ପି-୨୦ ବୈଠକ ପାଇଁ ପ୍ରସ୍ତୁତି ସମାପ୍ତ ହୋଇଛି । ଏହି ସମ୍ମିଳନୀ ଅକ୍ଟୋବର ୧୩ ଓ ୧୪ ତାରିଖରେ ଦିଲ୍ଲୀର ଦ୍ୱାରକା ଠାରେ ନିର୍ମାଣ ହୋଇଥିବା ନୂଅ କନଭେନସନ୍ ସେଣ୍ଟରରେ ଆୟୋଜନ କରାଯିବ । ଜି-୨୦ ଭଳି ପି-୨୦ ପାଇଁ ପୂରା ଦିଲ୍ଲୀ ସଜେଇ ହୋଇଛି । ବିଶେଷ କରି ଦ୍ୱାରକାର ସଂପୁର୍ଣ୍ଣ ଅଞ୍ଚଳକୁ କଡା ସୁରକ୍ଷା ଭିତରେ ରଖାଯାଇଛି ।
ବାସ୍ତବରେ ଜି-୨୦ ବୈଠକ ସହ ଜଡିତ ଏହି ପି-୨୦ ବୈଠକ । ଏହି ବୈଠକରେ ଜି-୨୦ ବୈଠକରେ ସାମିଲ ହୋଇଥିବା ସମସ୍ତ ଦେଶର ସଂସଦର ପ୍ରିଜାଇଡିଂ ଅଫିସରମାନେ ଯୋଗ ଦେଇଥାନ୍ତି । ଏଠାରେ ପି ଅର୍ଥ ସଂସଦ ବା ପାର୍ଲ୍ୟାମେଣ୍ଟା ଏହା ବ୍ୟତୀତ ଆମନ୍ତ୍ରିତ ଦେଶର ପ୍ରିଜାଇଡିଂ ଅଫିସରମାନେ ମଧ୍ୟ ଅଂଶଗ୍ରହଣ କରିଥାନ୍ତି । ଭାରତୀୟ ସଂସଦର ଅଧ୍ୟକ୍ଷତାରେ ଜି-୨୦ ଦେଶର ସଂସଦର ଅଧ୍ୟକ୍ଷମାନେ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବେ । ଜି-୨୦ ପରେ ପ୍ରତିବର୍ଷ ପି-୨୦ ବୈଠକ ଅନୁଷ୍ଠିତ ହୋଇଥାଏ । ଏଥର ଭାରତରେ ଏହାର ଆୟୋଜନ କରାଯାଇଛି । ଏଥିପାଇଁ ଭାରତରେ ବ୍ୟାପକ ବ୍ୟବସ୍ତା କରାଯାଇଛି ।