ଓଡ଼ିଶା 365 (ବ୍ୟୁରୋ): ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଅଭିଯୋଗ ନେଇ ଦିଲ୍ଲୀ ଯିବେ ରାଜ୍ୟର ୨୨ ବିଜେପି ବିଧାୟ। ଦିଲ୍ଲୀରେ ବିଜେପି ବିଧାୟକମାନେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ରାଷ୍ଟ୍ରପତିଙ୍କୁ ଭେଟିବେ । ଏଥିସହ ଜାତୀୟ ନିର୍ବାଚନ କମିଶନଙ୍କୁ ମଧ୍ୟ ଭେଟିବାର ରହିଛି କାର୍ଯ୍ୟକ୍ରମ । ଏନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ନେତା ତଥା ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜୟନାରାୟଣ କହିଛନ୍ତି, ସେମାନେ ଓଡ଼ିଶାର ଶାସନ ବ୍ୟବସ୍ଥା ବିଷୟରେ ନିର୍ବାଚନ କମିଶନଙ୍କୁ ଜଣାଇବେ । ଓଡ଼ିଶାରେ ସମ୍ବିଧାନ ହିସାବରେ ସରକାର ଚାଲୁନଥିବା ଅଭିଯୋଗ କରିବେ । ରାଷ୍ଟ୍ରପତିଙ୍କୁ ଭେଟି ଅବ୍ୟବସ୍ଥା ସମ୍ପର୍କରେ ଜଣାଇବେ । ପ୍ରଧାନମନ୍ତ୍ରୀଙ୍କ ସହ ଓଡିଶାର ସମ୍ପୂର୍ଣ୍ଣ ରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା କରିବେ । ଓଡିଶାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ କରିବେ । ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଓଡିଶାର ଆଇନଶୃଙ୍ଖଳା ପରିସ୍ଥିତି, ବିଜେପି କର୍ମୀଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ ଅବଗତ କରିବେ । ଆଗକୁ ନିର୍ବାଚନ ଆସୁଥିବାରୁ ଜୟନାରାୟଣଙ୍କ ଏଇ ବୟାନ ରାଜ୍ୟ ନୀତିକୁ ସରଗରମ କରିଛି ।