ଓଡ଼ିଶା 365 (ବ୍ୟୁରୋ): ପୋଷା କୁକୁର ମରିଯିବା ପରେ ତାର ଅନ୍ତିଷ୍ଟ କ୍ରିୟା କରି ଚର୍ଚ୍ଚାରେ ଖୋର୍ଦ୍ଧା ନବୀନାବାଗ ଅଞ୍ଚଳର ବାସନ୍ତୀ ମହାପାତ୍ର । ବାସନ୍ତୀ ଜଣେ ପଷୁ ପ୍ରେମୀ ହୋଇଥିବା ବେଳେ ସେ ଅନେକ ଜୀବଜନ୍ତୁଙ୍କୁ ନିଜ ଘରେ ସଦସ୍ୟ ଭଳି ପାଳିଛନ୍ତି । ସେଥିମଧ୍ୟରୁ ଗୁଲୁପାପା ଥିଲା ନିଜର ସନ୍ତାନ ଭଳି । ଗୁଲୁପାପାର ମୃତ୍ୟୁ ପରେ ତାର ଶ୍ରଦ୍ଧାଞ୍ଜଳି ସଭା ପାଳନ କରାଯାଥିଲା ।
ଏହି ଅବସରରେ ପୂଜା ପାଠ ସହିତ ବ୍ରାହ୍ମଣ ଭୋଜନର ଆୟୋଜନ ହୋଇଥିଲା । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ଆଜିର ଦୁନିଆରେ ମଣିଷକୁ ପଶୁଙ୍କ ଠାରୁ ଅନେକ କିଛି ଶିଖିବାର ଅଛି ବୋଲି କୁହନ୍ତି ବାସନ୍ତୀ। ଗୁଲୁପାପାର ମୃତ୍ୟୁକୁ ନେଇ ପୁରା ପରିବାର ଓ ଘରେ ଥିବା ଅନ୍ୟ ଜୀବଜନ୍ତୁ ପାଳୁଛନ୍ତି ଶୋକ । ଖୋର୍ଦ୍ଧା ନବୀନାବାଗରେ ପୋଷା କୁକୁରର ଅନ୍ତିମ ବିଦାୟ ସହିତ ସପ୍ତମ ଦୀନରେ କ୍ରିୟା କର୍ମ କରାଯାଇଥିଲା । ବନ୍ଧୁବାନ୍ଧବଙ୍କ ଭିଡ ଜମିଥିଲା ଏବଂ ତା ସାଙ୍ଗକୁ ଭୋଜିର ଆୟୋଜନ ହୋଇଥିଲା ।