ଓଡ଼ିଶା 365 (ବ୍ୟୁରୋ): ଭାରସାମ୍ୟ ହରାଇ ଗଛରେ ପିଟିହେଲା ୧୦୮ ଆମ୍ବୁଲାନ୍ସ। ଅଳ୍ପକେ ବର୍ତ୍ତିଗଲେ ଡ଼୍ରାଇଭର, ହେଲପର ଓ ଅଟେଣ୍ଡାଣ୍ଟ । ବୁଧବାର ରାତିରେ କଲ୍ ପାଇ ବାଙ୍କି ମେଡିକାଲରୁ ରୋଗୀ ନେଇ କଟକ ବଡ ମେଡିକାଲ ଯାଇଥିଲେ । ରୋଗୀ ଛାଡ଼ି ବୈଦେଶ୍ୱର ଅଭିମୁଖେ ଫେରୁଥିବା ସମୟରେ ପାଥପୁର ନିକଟ ରାସ୍ତାର ଡାହାଣ ପାର୍ଶ୍ବରେ ଥିବା ଏକ ଗଛରେ ପିଟିହୋଇ କ୍ଷତିଗ୍ରସ୍ତ ହୋଇଛି । ଗାଡ଼ିର ଡ଼ାହାଣ ପାଖର ଆଗ ଭାଙ୍ଗିରୁଜି ଯାଇଛି । ଡ଼୍ରାଇଭରଙ୍କୁ ଆହତ ଅବସ୍ଥାରେ ଭୁବନେଶ୍ବର ଏମ୍ସ ହସ୍ପିଟାଲକୁ ଅନ୍ୟ ଏକ ଗାଡ଼ିରେ ଚିକିତ୍ସା ପାଇଁ ପଠାଯାଇଥିବା ବେଳେ ସେଥିରେ ସେ ଏବେ ଚିକିତ୍ସାଧିନ ଅଛନ୍ତି । ଡ୍ରାଇଭର ଜଣଙ୍କ ହେଉଛନ୍ତି ପଦ୍ମନ ସ୍ବାଇଁ ।
ସେପଟେ ଅଟେଣ୍ଡାଣ୍ଟ ଚିତ୍ରସେନ ବେଉରା କହିଥିଲେ, ସେ ଗାଡ଼ିର ପଛ ସିଟ୍ରେ ବସିଥିଲେ । ହଠାତ ପାଥପୁର ଛକ ନିକଟରେ ଯାନ୍ତ୍ରିକ ତ୍ରୁଟି ହେଉ ଅଥବା କୌଣସି ତ୍ରୁଟି ଯୋଗୁଁ ଭାରସାମ୍ୟ ହରାଇ ଗାଡ଼ିଟି କଟକ-ବାଙ୍କୀ ମୁଖ୍ୟରାସ୍ତା ଡାହାଣ ପଟରେ ମାଡ ହୋଇଛି । ଗାଡ଼ିରେ ମୋଟ୍ ତିନି ଜଣ ଷ୍ଟ।ଫ୍ ଥିଲେ । ଏବେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ୧୦୮ ଆମ୍ବୁଲାନ୍ସଟି ବୈଦେଶ୍ୱର ମେଡିକାଲର ବୋଲି ଜଣାପଡିଛି ।