ଓଡ଼ିଶା 365 (ବ୍ୟୁରୋ): ଧର୍ମ ଓ ଅଧିକାର,୩୫ ଏକର ଜାଗା ପାଇଁ ମୃତ୍ୟୁର ତାଣ୍ଡବ ଦେଖୁଛି ସାରା ବିଶ୍ୱ। ଗୋଟେପଟେ ପାଲେଷ୍ଟାଇନର ଉଗ୍ରବାଦୀ ସଂଗଠନ ହମାସ ଓ ଅନ୍ୟପଟେ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଷଷ୍ଠ ଦିନରେ ପହଞ୍ଜିଛି । ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଆତଙ୍କୀ ହାମଲା ଫଳରେ ଇସ୍ରାଇଲ୍ ଆକାଶ ମିସାଇଲ୍ ଧୁଆଁ ଏବଂ ସାଇରନରେ କମ୍ପନ ସହ ରକେର୍ଟ ମାଡ ଜନସାଧାରଣଙ୍କୁ କରିଛି ଭୟଭୀତ । ଫଳରେ ୨ଦେଶ ଏବେ ଧ୍ଵସଂ ସ୍ତୁପରେ ପରିଣତ ହେବାକୁ ଯାଉଛି। ୪ହଜାରରୁ ଉର୍ଦ୍ଦ ମୁଣ୍ଡ ଗଡିଥିବାବେଳେ ଯୁଦ୍ଧର ବିଭୀଷିକୀ ବିଶ୍ୱକୁ କରୁଛି ଆତଙ୍କିତ। ଏ ଭୟଙ୍କର ଆତଙ୍କ ପଛର ମୂଳ କାରଣ, ଧର୍ମ ଓ ୩୫ ଏକର ଜାଗା। ଧର୍ମ ଓ ଅଧିକାର ଏ ଲଢେଇରେ ବଳିପଡୁଛନ୍ତି ଜନସାଧାରଣ। ଯୁଦ୍ଧର ଲୁଚକାଳି ଖେଳ ଆଜିର ନୁହେଁ । ୧୯୪୮ ମସିହାରେ ଇସ୍ରାଏଲ୍ ପ୍ରତିଷ୍ଠା ହେବା ପରେ ଇସ୍ରାଏଲ୍ ଏବଂ ପାଲେଷ୍ଟାଇନୀୟମାନଙ୍କ ମଧ୍ୟରେ ଲାଗି ରହିଛି ଲଢେଇ ।
ଇସ୍ରାଏଲି ସେନା ଗାଜା ଉପରେ ଆକ୍ରମଣ କରିବା ପରେ ହମାସ୍ ଆତଙ୍କବାଦୀ ଅନେକ ଇହୁଦୀଙ୍କୁ ଅପହରଣ ପରେ ଶହଶହ ଲୋକଙ୍କୁ ହତ୍ୟା କରିଥିବା ଜଣାପଡିଛି । ମାତ୍ର ୩୫ ଏକର ଜାଗା ପାଇଁ ଅନେକ ସମୟରେ ଯୁଦ୍ଧ ମଇଦାନକୁ ଓହ୍ଲାଇଛନ୍ତି ଇସ୍ରାଏଲ ଏବଂ ପାଲେଷ୍ଟାଇନ ଭଳି ୨ଦେଶ । ଉଭୟ ଦେଶ ମଝିରେ ଥିବା ସହର ଜେରୁଜେଲମକୁ ନେଇ ଏହି ଦୁଇ ଦେଶ ଏବଂ ତିନୋଟି ଧର୍ମର ଦାବି ରହିଛି ,ଗୋଟିଏ ପଟେ ମୁସଲିମ ଏହାକୁ ନିଜର ଧାର୍ମିକ ସ୍ତଳ ଦାବି କରୁଥିବା ବେଳେ ,ଖ୍ରୀଷ୍ଟଆନ୍ ଏବଂ ଜ୍ୟୁସ୍ ମଧ୍ୟ ସମାନ ଦାବି କରି ଆସୁଛନ୍ତି । ଇଷ୍ଟ ଜେରୁଜେଲମ ପାଲେଷ୍ଟାଇନ ପଖାରେ ଥିବାବଳେ ଓ୍ଵେଷ୍ଟ ଜେରୁଜେଲମ ଏରିଆ ଇସ୍ରାଇଲ୍ ପାଖରେ ରହିଛି ।ଏବଂ ସମୟ ସମୟରେ ଇସ୍ରାଇଲ୍ ଏହି ଜେରୁଜେଲମକୁ ନିଜ କବଜାକୁ ନେଇଛି । ଉଭୟ ଦେଶ ସମ୍ପୂର୍ଣ୍ଣ ଜେରୁଜେଲମକୁ ନିଜ ଆୟତକୁ ନେବାକୁ ଚେଷ୍ଟା କରି ଆସୁଛନ୍ତି। ଏପରିକି ଇସଲାମ ଧର୍ମକୁ ମାନୁଥିବା ପାଲେଷ୍ଟାଇନ ଦାବି କରିଆସୁଛି,ଗାଜା ଷ୍ଟିପ୍ ଉପରେ ଆତଙ୍କୀ ସଂଘଠନ ହମାସ କଣ୍ଟ୍ରୋଲରେ ରହିଛି ,ଏଠାରେ ହମାସ ସରକାର ଚଲାଇଛି । ଜେରୁଜେଲମର ପାଖରେ ବେଥଲେହମ ନାମକ ସ୍ଥାନରେ ଥିବା ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ଭାବନା ରହିଛି ସେଠାରେ ତାଙ୍କର ଭଗବାନ ଇଶା ମସିହାଙ୍କ ପବିତ୍ର ଜନ୍ମ ସ୍ଥାନ। , ତାଙ୍କର ଶବ ମଧ୍ୟ ସେହିଠାରେ ଶେଷକୃତ୍ୟ କରାଯାଇଥିବାରୁ ଜେରୁଜେଲମ ତାଙ୍କର ବୋଲି ଖ୍ରୀଷ୍ଟିଆନ ମାନେ ଦାବି କରିଆସୁଛନ୍ତି। ଜେରୁଜେଲମର ଏହି ୩୫ ଏକର ଜାଗାକୁ ନେଇ ଏବେ ଦୁଇ ଦେଶ ମଧ୍ୟରେ ଲାଗିରହିଥାଏ ଯୁଦ୍ଧ।
ସେପଟେ ଇସ୍ରାଏଲ ଘୋଷଣା କରିଛି ଗାଜାରୁ ହମାସକୁ ମୂଳପୋଛ ନକରାଇବା ପର୍ୟ୍ୟନ୍ତ ଯୁଦ୍ଧ ଜାରି ରହିବ। ଯୁଦ୍ଧ ଇସ୍ରାଏଲ୍ ଆରମ୍ଭ କରିନି କିନ୍ତୁ ଆମେ ଶେଷ କରିବୁ କହି ପାଲେଷ୍ଟାଇନ୍କୁ ଚେତାବନୀ ଦେଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ । ସେପଟେ ଯୁଦ୍ଧରେ ୨ଲକ୍ଷ ୬୦ ହଜାର ଲୋକେ ବିସ୍ଥାପିତ ହୋଇସାରିଲେଣି। ବିନା କୌଣସି ସଙ୍କୋଚରେ ଆତଙ୍କୀ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ । ସେପଟେ ଭାରତ ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିବା ସହ ଏହାର ଦୃଢ଼ ଭାବେ ନିନ୍ଦା କରିଛି । ଭାରତର ଲୋକମାନେ ଇସ୍ରାଏଲ ସହ ଅଛନ୍ତି। ଆମେ ସବୁବେଳେ ଆତଙ୍କବାଦ ବିରୋଧରେ ରହିଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କେବେ ଶେଷ ହେବ ଧର୍ମ ଓ ଅଧିକାର ଏଲଢେଇ। ଧର୍ମ ଲାଗି ବଳିନପଡନ୍ତୁ ନିରିହ ଜନସାଧାରଣ। ରକ୍ତପାତ ନୁହେଁ ଫେରୁ ଶାନ୍ତି।