ଓଡ଼ିଶା 365 (ବ୍ୟୁରୋ): ରାଜ୍ୟରେ ପୁଣି ହାତୀ ଆକ୍ରମଣରେ ଗଲା ଜଣଡଙ୍କର ଜୀବନ। ସୁନ୍ଦରଗଡ଼ ବନଖଣ୍ଡ ଲେଫ୍ରିପଡ଼ା ବନାଞ୍ଚଳରେ ଦନ୍ତା ଉତ୍ପାତ ଜାରି କହିଥିବା ବେଳେ ଗୁଣ୍ଡିଆଡିହି, ହଲମା ଓ ଖରଲଛାପଲରେ ହାତୀ ୩ ଜଣଙ୍କୁ ଆକ୍ରମଣ କରିଛି। ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଓଏସଏପି ଯବାନ ଓ ଜଣେ ମହିଳା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ମୃତକ ଖରଲଛାପରର ବୋଲି ସୂଚନା ମିଳିଛି। ଆହତ ଦ୍ଵୟ ହେଲେ ହଲମାର ଓଏସଏପି ଯବାନ ସୁରେନ୍ଦ୍ର ବାର୍ଲା (୩୫) ଓ ମହିଳା ଗୁଣ୍ଡିଆଡିହିର ନାମ ପଦ୍ମିନୀ ବଇଗା(୪୫)।
ସୂଚନାଯୋଗ୍ୟ, ଆଜି ଭୋରରୁ ଶୌଚ ପାଇଁ ମଜତକ ଜଣକ ଜଙ୍ଗଲକୁ ଯାଇଥିବା ବେଳେ ତାଙ୍କୁ ହାତୀ ଶୁଣ୍ଢରେ ଉଠାଇ କଚାଡ଼ି ଦେଇଥିଲା। ଗାଁକୁ ଆସିଥିବା ଯବାନ ଗାଁ ଲୋକଙ୍କ ସହ ହାତୀକୁ ଘଉଡାଉଥିବାବେଳେ ହାତୀ ବୁଲି ପଡ଼ି ଆକ୍ରମଣ କରିଥିଲା। ଯବାନ ଗୁରୁତର ଆହତ ହୋଇଥିଲେ। ୨ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ତେବେ ସେପଟେ ହାତୀଟି ହଲମାରୁ ଖରଲଛାପଲକୁ ଯାଇ ପୁଣି ଜଣକୁ ଆକ୍ରମଣ କରିଛି। ସେ ବ୍ୟକ୍ତିର ମୃତ୍ଯୁ ହୋଇଥିବା ଜଣାପଡ଼ିଛି।