ଓଡ଼ିଶା 365 (ବ୍ୟୁରୋ): ଖୁବଶୀଘ୍ର ନିର୍ମାଣ ହେବ ଚଳଚ୍ଚିତ୍ର ‘ରାମାୟଣ’ । ଏହି ଚଳଚ୍ଚିତ୍ର ପାଇଁ ମୁଖ୍ୟ ଚରିତ୍ର ତଥା ପ୍ରଭୁ ରାମ ଏବଂ ମାତା ସୀତାଙ୍କ କାଷ୍ଟିଂ ମଧ୍ୟ ଶେଷ ହୋଇଛି। ଖବର ଅନୁଯାୟୀ ବଲିଉଡ ଅଭିନେତା ରଣବୀର କପୁର ଏହି ଫିଲ୍ମରେ ପ୍ରଭୁ ରାମ ଭୂମିକାରେ ଅଭିନୟ କରିବେ, ସେହିପରି ଦକ୍ଷିଣ ଅଭିନେତ୍ରୀ ସାଇ ପଲ୍ଲଭୀ ମାତା ସୀତା ଭୂମିକାରେ ନଜର ଆସିବେ । ପୂର୍ବରୁ ଆଲିଆ ଭଟ୍ଟ ମାତା ସୀତା ଭୂମିକାରେ ଅଭିନୟ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା, କିନ୍ତୁ ତାରିଖ ସିଡ୍ୟୁଲ ହେତୁ ଆଲିଆ ଫିଲ୍ମରୁ ବାହାର ହୋଇଯାଇଥିଲେ। ବର୍ତ୍ତମାନ ନିର୍ମାତା ରାମ, ସୀତାଙ୍କ ଭୂମିକା ପାଇଁ ରଣବୀର-ସାଇ ପଲ୍ଲଭୀଙ୍କୁ କାଷ୍ଟ କରିଛନ୍ତି। ନିତେଶ ତିୱାରୀ ତାଙ୍କ ଡ୍ରିମ୍ ଚଳଚ୍ଚିତ୍ର ‘ରାମାୟଣ’କୁ ଦୁଇ ଭାଗରେ କରିବାକୁ ଯୋଜନା କରୁଛନ୍ତି। ପ୍ରଥମ ଭାଗରେ ରଣବୀର କପୁର ଏବଂ ସାଇ ପାଲ୍ଲାଭୀଙ୍କ ଉପରେ ଧ୍ୟାନ ଦିଆଯିବ।
ସେହିପରି ସନ୍ନି ଦେଓଲଙ୍କୁ ମଧ୍ୟ ଫିଲ୍ମ ରାମାୟଣରେ ରାମଙ୍କ ପ୍ରିୟ ଭକ୍ତ ହନୁମାନ ଚରିତ୍ରରେ ନଜର ଆସିବେ । ମଧୁ ମଣ୍ଟେନା, ନମିତ ମଲହୋତ୍ରା ଏବଂ ଅଲ୍ଲୁ ଅରବିନ୍ଦ ମିଳିତ ଭାବେ ନୀତୀଶ ତିୱାରୀଙ୍କ ନିର୍ଦ୍ଦେଶନାରେ ରାମାୟଣ ପ୍ରଡ୍ୟୁସ କରୁଛନ୍ତି। ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଚାରିଜଣ ନିର୍ମାତା କେବଳ ରାମାୟଣରେ ସନ୍ନିଙ୍କୁ ହନୁମାନ ଚରିତ୍ରରେ କାଷ୍ଟ କରିବା ନେଇ ବିଚାର କରୁଛନ୍ତି । ଏତିକି ହିଁ ନୁହେଁ ତାଙ୍କ ଚରିତ୍ର ଉପରେ ଏକ ସ୍ପିନ୍ ଅଫ୍ ମଧ୍ୟ କରିବେ। ରାମାୟଣ ଭଗବାନ ହନୁମାନଙ୍କ ଜୀବନର ଏକ ଛୋଟ ଅଂଶ, ଏବଂ କାହାଣୀର ଅନେକ ଭର୍ସନ ଏବଂ ଫେଜ ଅଛି । ପ୍ରଭୁ ହନୁମାନଙ୍କ ଉପରେ ଏକ ସ୍ୱତନ୍ତ୍ର ଚଳଚ୍ଚିତ୍ର ସହିତ ନୀତୀଶ ଏହାକୁ ଅନୁସନ୍ଧାନ କରିବାକୁ ଚାହୁଁଛନ୍ତି ।