ଓଡ଼ିଶା 365 (ବ୍ୟୁରୋ): ଉଚ୍ଚ-ବୈଷୟିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ବିଶ୍ୱର ସର୍ବ ବୃହତ, ମହଙ୍ଗା ତଥା ଯୁଦ୍ଧ ଜାହାଜ ଇସ୍ରାଏଲକୁ ଆମେରିକା ନିଷ୍ପତ୍ତି ନେଇଛି, ଯାହା ଦ୍ୱାରା ଜଳପଥରେ ହମାସ ଉପରେ ଆକ୍ରମଣ କରିବ ଇସ୍ରାଏଲ । ୟୁଏସଏସ ଜେରାଲ୍ଡ ଫୋର୍ଡ ନାମକ ଏହି ଯୁଦ୍ଧ ଜାହାଜକୁ ଇସ୍ରାଏଲକୁ ପରିବହନ କରିବାକୁ ଆମେରିକୀୟ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଏହା ଏତେ ଶକ୍ତିଶାଳୀ ଯେ ଏହା ପ୍ରାୟ ପାଞ୍ଚ ହଜାର ସୈନିକ, ୯୦ ଟି ଯୁଦ୍ଧ ବିମାନ ଏବଂ ହେଲିକପ୍ଟରର କାର୍ୟ୍ୟକୁ ପରିଚାଳନା କରିପାରିବ। ଏହି ବିଶେଷ ପ୍ରକାରର ଯୁଦ୍ଧ ଜାହାଜ କ୍ଷେପଣାସ୍ତ୍ର ସମେତ ଅନେକ ଆଧୁନିକ ଅସ୍ତ୍ରଶସ୍ତ୍ର ସହିତ ସଜ୍ଜିତ, ଯାହା ଶତ୍ରୁକୁ ଉପଯୁକ୍ତ ଉତ୍ତର ଦେବାରେ ସକ୍ଷମ ।
ବିଶ୍ୱର ସର୍ବାଧିକ ଉଚ୍ଚ-ବୈଷୟିକ ଯୁଦ୍ଧ ଜାହାଜ: ୧୮ ବିଲିୟନ ଆମେରିକୀୟ ଡଲାର ମୂଲ୍ୟରେ ନିର୍ମିତ ଏହି ଉଚ୍ଚ- ବୈଷୟିକ ଯୁଦ୍ଧ ଜାହାଜ ହେଉଛି ଆମେରିକାର ନେସେନାର ଆଧୁନିକ ସୁବିଧା ସହିତ ସଜ୍ଜିତ ସବୁଠାରୁ ଆଧୁନିକ ଯୁଦ୍ଧ ଜାହାଜ। ସବୁ କ୍ଷେତ୍ରରେ ଏହା ବିଶ୍ୱର ଯେକୌଣସି ଜାହାଜଠାରୁ ଆଗରେ ବୋଲି ଦାବି କରାଯାଇଛି। ଏହାର ଲମ୍ବ ୩୩୭ ମିଟର, ଚଉଡା ୭୮ ମିଟର ଏବଂ ଉଚ୍ଚତା ୭୬ ମିଟର । ଏହା ଏକ ଲକ୍ଷ ଟନ୍ ପର୍ୟ୍ୟନ୍ତ କ୍ଷମତା ସହିତ ସମୁଦ୍ର ଦେଇ ଯାତ୍ରା କରିପାରିବ ।
ଏହା ୯୦ ଟି ଯୁଦ୍ଧ ବିମାନ ଏବଂ ଅତ୍ୟାଧୁନିକ ହେଲିକପ୍ଟର ନେଇପାରିବ । ଏଥିରେ ସାଢେ ଚାରି ହଜାର ଅଧିକାରୀ ଏବଂ କର୍ମଚାରୀ ନିୟୋଜିତ ଅଛନ୍ତି, ଯେଉଁମାନଙ୍କର ନିଜ ନିଜ କ୍ଷେତ୍ରରେ ପାରଦର୍ଶୀତା ରହିଛି। ଓଜନ ଏବଂ ଆକାରରେ ବିରାଟ ହୋଇଥିଲେ ମଧ୍ୟ ଏହା ସମୁଦ୍ରରେ ବହୁତ ଦ୍ରୁତ ଗତି କରେ । ଏହାର ବେଗ ଘଣ୍ଟା ପ୍ରତି ୫୬ କିଲୋମିଟର ବୋଲି ଆକଳନ କରାଯାଇଛି, ଯାହା ସମୁଦ୍ର ଜାହାଜ ପାଇଁ ଏକ ଉତ୍କୃଷ୍ଟ ଗତି ।