ଓଡ଼ିଶା 365 (ବ୍ୟୁରୋ): ଆଜି ବିହାରର ବକ୍ସରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓ ମୃତକଙ୍କୁ ରେଳବାଇ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି । ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯାଇଥିବାବେଳେ ଆହତଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଦିଆଯାଇଛି। କେବଳ ଏତିକି ନୁହେଁ, ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ପ୍ରତ୍ୟେକ ୪ ଲକ୍ଷ ଟଙ୍କା ଅନୁଗ୍ରହ ରାଶି ପ୍ରଦାନ କରାଯିବ ବୋଲି ବିହାର ସରକାର ମଧ୍ୟ ଘୋଷଣା କରିଛନ୍ତି।
ରେଳବାଇ ଦ୍ୱାରା ଜାରି କରାଯାଇଥିବା ଏକ ଚିଠି ମାଧ୍ୟମରେ କୁହାଯାଇଛି ଯେ ଆନନ୍ଦ ବିହାର ଟର୍ମିନାସରୁ କାମାଖିଆ ଅଭିମୁଖେ ଯାଉଥିବା ୧୨୫୦୬ ଉତ୍ତର ପୂର୍ବ ଏକ୍ସପ୍ରେସ ଅକ୍ଟୋବର ୧୧ ରେ ରାତି ୦୯.୫୩ ରେ ଦାନପୁର ଡିଭିଜନର ରଘୁନାଥପୁର ଷ୍ଟେସନ ନିକଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏଥିରେ ଟ୍ରେନର ୨୩ ଟି କୋଚ୍ ଖସି ଯାଇଥିଲା। ଏହି ଦୁର୍ଭାଗ୍ୟଜନକ ଘଟଣାରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ୦୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ ଏବଂ ୨୫ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ।
ଏହି ଦୁର୍ଭାଗ୍ୟଜନକ ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ରେଳ ପ୍ରଶାସନ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛି। ଏଥିସହ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କୁ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର ବ୍ୟବସ୍ଥା ଅନୁଯାୟୀ, ସମସ୍ତ ଯାତ୍ରୀ ସେହି ସ୍ଥାନରୁ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିବା ପାଇଁ ରଘୁନାଥପୁରରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଖୋଲାଯାଇଥିଲା ।