ଓଡ଼ିଶା 365 (ବ୍ୟୁରୋ) : ନାବାଳିକା ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀକୁ 20ବର୍ଷ ସଶ୍ରମ କାରାଦଣ୍ଡା । ଦଣ୍ଡା ଦେଶ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦୁଝର ଜିଲ୍ଲା ପୋକ୍ସୋ କୋର୍ଟ । ପୀଡିତାଙ୍କୁ ମିଳିଲା ନ୍ୟାୟ । ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ । ଆଜି କେନ୍ଦୁଝର ଜିଲ୍ଲା ପୋକ୍ସୋ କୋର୍ଟ ଦୁଷ୍କର୍ମ ମାମଲାକୁ ନେଇ ଶୁଣାଣି ହୋଇଛି । ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି ସହ 20 ହଜାର ଟଙ୍କା ଜରିମାନା ପାଇଁ କୋର୍ଟ ରାୟ ଶୁଣାଇଛନ୍ତି । ତେବେ କେସ ପରିଚାଳନା ହେଉଥିବା ବେଳେ ପୀଡିତାକୁ କ୍ଷତିପୂରଣ ବାବଦକୁ ୬ଲକ୍ଷ ଟଙ୍କା ପ୍ରଦାନ ପାଇଁ ପୋକ୍ସୋ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସ୍ଵତନ୍ତ୍ର ସରକାରୀ ଓକିଲ ଗଣେଶ ପ୍ରସାଦ ମହାପାତ୍ର କହିଛନ୍ତି, ‘‘୨୦୧୯ ମସିହାରେ ପୀଡିତାଙ୍କୁ ଦୁଷ୍କର୍ମ କରାଯାଥିଲା । ଆଜି ସ୍ୱତନ୍ତ୍ର କେସ ନମ୍ବର ୩୬୧/୩୫/୨୦୨୨/୨୦୧୯କୁ ବିଚାର କରି ପୋକ୍ସୋ କୋର୍ଟ ଦୁଷ୍କର୍ମକାରୀକୁ ୧୬ ଜଣ ସାକ୍ଷୀକୁ ଭିତ୍ତି କରି ୩୭୬/୩, ୩୬୩, ୩୪୨ ଆଇ.ପି.ସିରେ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହ ୨୦ ହଜାର ଟଙ୍କା ଫାଇନ ଲଗାଇଥିବା ବେଳେ ଅନାଦେୟ ଏକ ବର୍ଷ ଅଧିକ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ୨୦୧୯ ମସିହାରେ ଘଟିଥିଲା ଏହି ଜଘନ୍ୟକାଣ୍ଡ । ପୀଡ଼ିତା ନିଜ କକା ଖୁଡିଙ୍କ ସହ ଆନନ୍ଦପୁରର ଜିତୁବେଡା ଗାଁକୁ ମେଳା ଦେଖିବାକୁ ଯାଇଥିଲା ।
ପୀଡିତା ନିଜ ପରିବାର ଠାରୁ ଅଲଗା ହୋଇଯାଇଥିଲେ । ଅଭିଯୁକ୍ତ ମହା ଟୁଡୁ ନାବାଳିକା ପୀଡ଼ିତାଙ୍କୁ ତାଙ୍କ ଘରେ ଛାଡି ଦେବାର ପ୍ରତିଶ୍ରୁତି ଦେଇ ନିଜ ଗାଁ ପୁରୁଣାପାଣିକୁ ନେଇ ଯାଇଥିଲା । ସେଠାରେ ସେ ପୀଡ଼ିତାଙ୍କୁ ବିବାହ କରିବାକୁ ମିଛ ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ କରିଥିଲା । ପୀଡ଼ିତାଙ୍କ ଘର ଲୋକେ ଝିଅକୁ ଖୋଜିବା ପରେ ଝିଅ ଅଭିଯୁକ୍ତ ଘରେ ଥିବା ଜାଣିବାକୁ ପାଇଥିଲେ । ପରେ ମହା ଟୁଡ଼ୁଙ୍କ ଘରେ ପହଞ୍ଚିବାପରେ ମହାଙ୍କ ଗାଁ ଲୋକେ ପୀଡ଼ିତାଙ୍କ ଘର ଲୋକଙ୍କୁ ତଡ଼ି ଦେଇଥିଲେ । ପୀଡ଼ିତାଙ୍କ ପରିବାର ଲୋକେ ଏନେଇ ଆନନ୍ଦପୁର ଥାନାରେ ଏତଲା ଦେଇଥିଲେ । ଏହି ଏତଲାକୁ ଆଧାର କରି ପୋଲିସ ମହାଙ୍କ ଘରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲେ । ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ପରେ ପୋକ୍ସୋ କୋର୍ଟ ଦୀର୍ଘ 3 ଧରି ମାମଲା ବିଚାର ପରେ ଦୋଷୀକୁ ଦଣ୍ଡିତ କରିଛନ୍ତି କୋର୍ଟ ।