ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ନାଗା ଚୈତନ୍ୟ ଓ ସାମନ୍ଥାଙ୍କ ଯୋଡି । ଚାରି ବର୍ଷର ବୈବାହିକ ଜୀବନ ପରେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଦମ୍ପତି ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ପରସ୍ପରକୁ ଛାଡ଼ପତ୍ର ଦେଉଥିବା ଖବର ଅକ୍ଟୋବର ୨, ୨୦୨୧ରେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ। ଦୁହେଁ ନିଜର ଇନ୍ଷ୍ଟାଗ୍ରାମ ପେଜରେ ଲେଖିଥିଲେ ଯେ , ଅନେକ ଚିନ୍ତା କରିବା ପରେ ସ୍ୱାମୀ-ସ୍ତ୍ରୀ ରୂପେ ସମ୍ପର୍କ ଶେଷ କରିବାକୁ ଆମେ ନିଷ୍ପତ୍ତି ନେଇଛୁ । ଆମେ ବେଶ୍ ଭାଗ୍ୟଶାଳୀ ଯେ, ଦଶ ବର୍ଷରୁ ଅଧିକ ଦିନ ଧରି ଆମ ବନ୍ଧୁତ୍ୱ ଥିଲା । ଆମ ସମ୍ପର୍କ ବେଶ୍ ଭିନ୍ନ । ପରସ୍ପର ଅଲଗା ହେବା ପରେ ମଧ୍ୟ ସର୍ବଦା ଭଲ ବନ୍ଧୁ ହୋଇ ରହିବୁ’। ଏଭଳି ଅସୁବିଧା ସମୟରେ ସମର୍ଥନ କରିବା ପାଇଁ ଏବଂ ଆମକୁ ଆଗକୁ ବଢ଼ିବାକୁ ଦେବା ପାଇଁ ତଥା ପ୍ରାଇଭେସି ଦେବା ଲାଗି ପ୍ରଶଂସକ, ମିଡିଆ ଓ ଶୁଭଚିନ୍ତକଙ୍କୁ ଅନୁରୋଧ କରି ଅକ୍ଟୋବର ୨, ୨୦୨୧ରେ ପାରସ୍ପରିକ ସମ୍ମତି ନେଇ ଉଭୟ ପରସ୍ପର ଠାରୁ ଛାଡପତ୍ର ନେଇଥିଲେ । ଯାହା ଫ୍ୟାନ୍ସମାନଙ୍କୁ ବଡ଼ ଝଟକା ଦେଇଥିଲା । ଦୁହେଁ ଅଲଗା ହେବା ପରେ ଏବେ ନିଜ ନିଜ କାମକୁ ନେଇ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି।
ହେଲେ କିଛିଦିନ ତଳେ ଚର୍ଚ୍ଚା ହେଉଥିଲା ଯେ, ପୁଣିଥରେ ନାଗା ଓ ସାମନ୍ଥା ଖୁବଶୀଘ୍ର ଏକାଠି ହେବାକୁ ଯାଉଛନ୍ତି । ଏହି ଖବର ଶୁଣି ତାଙ୍କ ଫ୍ୟାନ୍ସମାନେ ମଧ୍ୟ ବହୁତ ଖୁସି ହୋଇଯାଇଥିଲେ । ହେଲେ ନିକଟରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ସାମନ୍ଥା । ସେ ତାଙ୍କ ଶରୀରରୁ ନାଗାଙ୍କ ନାମର ଟାଟୁକୁ ହଟାଇ ଦେଇଛନ୍ତି। ସୂଚନା ମୁତାବକ, ସାମନ୍ଥା ନାଗା ଚୈତନ୍ୟ ଡାକନାମ ଚାୟ ଟାଟୁ କରିଥିଲେ। ଦୁହେଁ ଏକାଠି ଥିବାବେଳେ ଏହି ଟାଟୁ କରାଯାଇଥିଲା। ଏହି ଟାଟୁ ଗୁଡିକ ଏପ୍ରିଲ ପର୍ୟ୍ୟନ୍ତ ଫଟୋରେ ଦୃଶ୍ୟମାନ ହେଉଥିଲା। ସାମନ୍ଥା ପ୍ରିୟଙ୍କା ଚୋପ୍ରାଙ୍କ ସିଟଡେଲର ପ୍ରିମିୟର ପାଇଁ ଲଣ୍ଡନ ଯାଇଥିଲେ। ହେଲେ ବର୍ତ୍ତମାନ ନୂଆ ଫଟୋରେ ଟାଟୁ ଦୃଶ୍ୟମାନ ହେଉନାହିଁ। ଗୋଲାପୀ ରଙ୍ଗର ସାରିରେ ଅନେକ ଫଟୋ ଶେୟାର କରିଛନ୍ତି। ସେ ଏହି ଫଟୋ ଗୁଡ଼ିକରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏହି ଫଟୋଗୁଡ଼ିକରେ ସାମନ୍ଥା ଟାଟୁ ଦୃଶ୍ୟମାନ ହେଉନାହିଁ। ଏହାକୁ ଦେଖି ଲାଗୁଛି ଯେ, ସାମନ୍ଥା ନାଗାଙ୍କ ସହ ସବୁ ସମ୍ପର୍କକୁ କାଟି ଦେଇଛନ୍ତି ।