ଓଡ଼ିଶା 365 (ବ୍ୟୁରୋ): ଭାରତ ଦୀର୍ଘ ୫୦୦୦ ବର୍ଷ ଧରି ଧର୍ମନିରପେକ୍ଷ ରାଷ୍ଟ୍ର ହୋଇ ରହିଆସିଛି । ବୁଧବାର ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦିଲ୍ଲୀରେ ପହଞ୍ଚିଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ ଏପରି କହିଛନ୍ତି ।
ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ, ଆରଏସଏସର ବରିଷ୍ଠ କାର୍ୟ୍ୟକର୍ତ୍ତା ଆର ହରିଙ୍କ ଦ୍ୱାରା ଲିଖିତ ‘ପ୍ରୀତି ସୁକତା – ଏନ ଓଡେ ଟୁ ମଦର ଅର୍ଥ’ ପୁସ୍ତକ ମୁକ୍ତିଲାଭ ପାଇଁ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଭାଗବତ ଲୋକଙ୍କୁ ନିଜ ମାତୃଭୂମି ପ୍ରତି ଭକ୍ତି, ପ୍ରେମ ଏବଂ ଉତ୍ସର୍ଗୀକୃତ ହେବାକୁ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ ଆମେ ମାତୃଭୂମିକୁ ଆମର ଜାତୀୟ ଏକତାର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବରେ ବିବେଚନା କରୁଛୁ।
ଆରଏସଏସ ମୁଖ୍ୟ କହିଛନ୍ତି, ‘ଆମର ୫,୦୦୦ ବର୍ଷ ପୁରୁଣା ସଂସ୍କୃତି ଧର୍ମନିରପେକ୍ଷ। ସମସ୍ତ ‘ତତ୍ତ୍ୱ ଜିଆନ୍’ରେ ଏହା ହେଉଛି ଏକ ସିଦ୍ଧାନ୍ତ । ଆମେ ଶତାବ୍ଦୀ ଧରି ବିଶ୍ୱାସ କରି ଆସୁଛୁ ଯେ ସମଗ୍ର ବିଶ୍ୱ ଏକ ପରିବାର, ଏହା ଆମର ଅନୁଭବ । ଏହା ଏକ ସିଦ୍ଧାନ୍ତ ନୁହେଁ । ଏହାକୁ ଜାଣ, ଅନୁଭବ କର ଏବଂ ତାପରେ ସେହି ଅନୁସାରେ ଆଚରଣ କର ।