ଓଡ଼ିଶା ୩୬୫ (ବ୍ୟୁରୋ) : ଆଉ ହେବନି ବାର୍ଡ ଫ୍ଲୁ । ମିଳିଲା ବୈଜ୍ଞାନିକଙ୍କୁ ବଡ଼ ସଫଳତା । ବାର୍ଡ ଫ୍ଲୁକୁ ରୋକିବା ପାଇଁ ତିଆରି କଲେ ଜିନ ଏଡିଟେଡ କୁକୁଡା । କୁକୁଡ଼ାମାନଙ୍କ ଠାରେ ବାର୍ଡ ଫ୍ଲୁ ବିସ୍ତାରକୁ ସୀମିତ କରିବା ପାଇଁ ବ୍ରିଟିସ ବୈଜ୍ଞାନିକମାନେ ସଳତାର ପାଇଛନ୍ତି । ବିଶ୍ବ ସ୍ତରରେ ବାର୍ଡ ଫ୍ଲୁ ଏକ ପ୍ରମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଯାହାକି ଚାଷ ଏବଂ ପକ୍ଷୀଙ୍କ ଉପରେ ଅଧିକ ପ୍ରଭାବ ପକାଇଥାଏ । ନେଚର କମ୍ୟୁନିକେସନ ଜୋର୍ନାଲରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଅନୁସନ୍ଧାନକାରୀମାନେ (ଏ.ଏନ୍.ପି୩୨ଏ) ନାମକ ଜିନରେ ପରିବର୍ତ୍ତନ କରାଇ କୁକୁଡା ପ୍ରଜନନ କରିଥିଲେ । ଯେତେବେଳେ ପୂର୍ବରୁ କୁକୁଡାମାନେ ସଂକ୍ରମିତ ହେଉଥିଲେ ସେତେବେଳେ ଏନଫ୍ଲୁଏଞ୍ଜା ଭାଇରସ ପ୍ରୋଟିନ ସଂଗ୍ରହ କରି ଅଧିକ ଶକ୍ତିଶାଳୀ ହେଉଥିଲେ । କିନ୍ତୁ ବୈଜ୍ଞାନିକମାନେ ଏହି ନୂଆ ଜିନ୍ ସହିତ ପ୍ରଜନନ କରିବା ବେଳେ ଏହି ପରିବର୍ତ୍ତନ ଦେଖିଲେ ନାହିଁ ।୯ଟି କୁକୁଡା ଏଚ୍୯ଏନ୍ ରେ (ଏଭିଏନ ଏନଫ୍ଲୁଏଞ୍ଜାର ଷ୍ଟ୍ରେନ) ସଂକ୍ରମିତ ହୋଇଥିଲେ ହେଁ ସେମାନେ ଅନ୍ୟଜଣଙ୍କୁ ସଂକ୍ରମିତ କରିପାରିନଥିଲେ। ତେବେ ନନ ଏଡିଟେଡ ଜିନର କୁକୁଡାମାନେ ଅଧିକ ରୋଗ ବିସ୍ତାର କରୁଥିବା ବେଳେ ଏଡିଟେଜ ଜିନ କୁକୁଡାମାନଙ୍କ ମଧ୍ୟରେ 4ଜଣରୁ ଜଣେ ସଂକ୍ରମିତ ହେଉଥିଲେ । ଏଡିଟେଡ ଜିନରେ ସଂକ୍ରମଣ ବିସ୍ତାର କରିବାର କ୍ଷମତା କମ ରହିଥିଲା ।