ଓଡ଼ିଶା 365 (ବ୍ୟୁରୋ): ଡିଭା ଦିବ୍ୟାଭାରତୀ ବଲିଉଡର ଜଣେ ଚର୍ଚ୍ଚିତ ଚେହେରା ପାଲଟିଥିଲେ । ତାଙ୍କ ସୁନ୍ଦର ଚେହେରା କେତେ କଳାକାରଙ୍କୁ ପଛରେ ପକାଇ ଦେଇଥିଲା । ଖୁବ୍ କମ୍ ବୟସରେ ସେ ବଲିଉଡରେ ଏଣ୍ଟ୍ରି କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସେ ବଲିଉଡକୁ ଅନେକ ହିଟ୍ ଫିଲ୍ମ ମଧ୍ୟ ଦେଇଛନ୍ତି । ସେ ଫିଲ୍ମ ‘ବିଶ୍ୱତ୍ମା’ରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ‘ଶୋଲା ଅର ଶବନମ୍’, ‘ଦିଲ୍ କା କସୁର’, ‘ଜାନ ସେ ପ୍ୟାରା’, ‘ଦିୱାନା’, ‘ଦିଲ୍ ଆଶନା ହୈ,’ ଭଳି ଅନେକ ସୁପରହିଟ୍ ଫିଲ୍ମରେ ଦେଖିବାକୁ ମିଳିଥିଲା। ହେଲେ ତାଙ୍କର ଏହି ଯାତ୍ରା ଅଧାରେ ରହିଯାଇଥିଲା । ମାତ୍ର ୧୯ ବର୍ଷ ବୟସରେ ସବୁଦିନ ପାଇଁ ଏ ଦୁନିଆ ଛାଡି ଚାଲିଯାଇଥିଲେ ଡିଭା । ହଠାତ୍ ଅଭିନେତ୍ରୀ ଛାତ ଉପରୁ ଖସିପଡି ମୃତ୍ୟୁ ବରଣ କରିବା ଖବର କେବଳ ବଲିଉଡ୍ ନୁହେଁ ବରଂ ତାଙ୍କ ଫ୍ୟାନ୍ସକୁ ଲାଗିଥିଲା ଶକ୍ତ ଝଟକା। ଯାହାକୁ କେହିବି ବିଶ୍ୱାସ କରିପାରିନଥିଲେ ।
ଡିଭା ଦିବ୍ୟାଭାରତୀ ତାଙ୍କ ଜୀବନର ଅନେକ ଅକୁହା କଥା ଅଧାରେ ରହିଯାଇଛି । ଯେମିତିକି ଦିନେ ଅମିର ଖାନଙ୍କ ପାଇଁ ବାଥରୁମରେ ଘଣ୍ଟା ଘଣ୍ଟା ଧରି କାନ୍ଦିଥିଲେ ଡିଭା । ଏକ ସାକ୍ଷାତକାରରେ ଅଭିନେତ୍ରୀ ନିଜେ ଏହି କଥାକୁ ତାଙ୍କ ଫ୍ୟାନ୍ସମାନଙ୍କ ଆଗରେ ସେୟାର କରିଥିଲେ । ସେ କହିଥିଲେ ଯେ, ଯେତେବେଳେ ସେ ଲଣ୍ଡନରେ ହେବାକୁ ଥିବା ଏକ ସୋ ପାଇଁ ଅଭ୍ୟାସ କରୁଥିଲେ, ସେତେବେଳେ ତାଙ୍କ ପରଫର୍ମାନ୍ସରେ ଅନେକ ତ୍ରୁଟି ଦେଖାଦେଇଥିଲା। କିନ୍ତୁ ସେ ଖୁବଶୀଘ୍ର ସେହି ଭୁଲଗୁଡ଼ିକୁ ସୁଧାରି ଦେଇଥିଲେ। ଏହାପରେ ମଧ୍ୟ ଅମିର ଖାନ ତାଙ୍କ ସହ ପରଫର୍ମାନ୍ସ କରିବାକୁ ମନା କରିଦେଇଥିଲେ।
ଅଭିନେତ୍ରୀ କହିଥିଲେ ଯେ ଅମିର ମଧ୍ୟ ଜୁହି ଚାୱଲାଙ୍କୁ ତାଙ୍କ ସ୍ଥାନରେ ରିପ୍ଲେସ୍ କରିବାକୁ ସଂଗଠକମାନଙ୍କୁ କହିଥିଲେ। ତାଙ୍କ ଆଚରଣରେ ‘ମୁଁ ବହୁତ ଖରାପ ଅନୁଭବ କଲି। ସେଥିପାଇଁ ବାଥରୁମକୁ ଯାଇ ଅନେକ ଘଣ୍ଟା କାନ୍ଦିଲି।‘ଅମୀର ଖାନଙ୍କ ଆଚରଣ ଦେଖି ସଲମାନ ଖାନ୍ ଦିବ୍ୟା ଭାରତୀଙ୍କ ସମର୍ଥନରେ ଆସିଥିଲେ ଏବଂ ସେ ଅଭିନେତ୍ରୀଙ୍କ ସହ ସମାନ ଶୋ’ରେ ଏକ ଚମତ୍କାର ପରଫାର୍ମନ୍ସ ମଧ୍ୟ କରିଥିଲେ। ଏହାକୁ ନେଇ ଅଭିନେତ୍ରୀ ସଲମାନ ଖାନଙ୍କୁ ବହୁତ ପ୍ରଶଂସା ମଧ୍ୟ କରିଥିଲେ।