ଓଡ଼ିଶା 365 (ବ୍ୟୁରୋ): ପୁରୀ ଜିଲ୍ଲା ଗୋପରେ ବିଜେଡି ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ କଳା ପତାକା ପ୍ରଦର୍ଶନ। ବିଜେଡିର ଜନସମ୍ପର୍କ ପଦଯାତ୍ରା ଚାଲିଥିବା ବେଳେ କଳାପତାକା ପ୍ରଦର୍ଶନ କରାଯାଇଛି। ବିଜେପି କର୍ମୀ ଗୋପରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ବେଳେ କଳାପତାକା ପ୍ରଦର୍ଶନ କରିଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜଗତସିହଂପୁର ସାଂସଦ ରାଜଶ୍ରୀ ମଲ୍କିକ ଜନସମ୍ପର୍କ ପଦଯାତ୍ରାରେ ବାହାରିଥିଲେ । ଗୋପରେ ବିଜେଡି ନେତାଙ୍କୁ ବିଜେପି ଯୁବ ମୋର୍ଚ୍ଚା କର୍ମୀ କଳାପତାକା ପ୍ରଦର୍ଶନ କରି, ଗୋ ବ୍ୟାକ ନାରା ଦେଇ ବିରୋଧ କରିଥିଲେ ।