ଓଡ଼ିଶା 365 (ବ୍ୟୁରୋ): ଭୁଲ୍ ଅସ୍ତ୍ରୋପଚାର ପାଇଁ ଆଖି ହରାଇଲେ ୬ଜଣ ବରିଷ୍ଠ ନାଗରିକ। ଆଖିରେ ମୋତିଆବିନ୍ଦୁ ହୋଇଥିବାରୁ ଭଲ କରି ଦେଖାଯାଉନଥିଲା। ଅପରେସନ ପରେ ଭଲ କରି ଦେଖାଯିବ ବୋଲି ଭାବିଥିଲେ। ହେଲେ ଡାକ୍ତରଖାନାରେ ଭୁଲ୍ ଅସ୍ତ୍ରୋପଚାର ପାଇଁ ଆଖି ଶେଷରେ ଆଖି ହରାଇବାକୁ ପଡ଼ିଛି। ଏଭଳି ଘଟଣା ଘଟିଛି ଭଦ୍ରକ ସହର ଡାହାଣୀ ଗଡିଆ ନିକଟରେ ଥିବା ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟରେ। ଗତ ୨୮ରୁ ୩୦ତାରିଖ ମଧ୍ୟରେ ୬ ଜଣ ବୟସ୍କ ରୋଗୀ ଉକ୍ତ ଡାକ୍ତରଖାନାରେ ମୋତିଆବିନ୍ଦୁ ଅପରେସନ କରାଇଥିଲେ। ତେବେ ଅପରେସନର କିଛି ଦିନ ପରେ ସମସ୍ତ ୬ ଜଣଯାକ ଦୃଷ୍ଟିଶକ୍ତି ହରାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ହସ୍ପିଟାଲ ପରିସରରେ ଗତକାଲି ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।
ଭଦ୍ରକ ଟାଉନ ଥାନାରେ ଏ ବାବଦରେ ଅଭିଯୋଗ କରିଛନ୍ତି ଆଖି ହରାଇଥିବା ୬ଜଣ ବରିଷ୍ଠ ନାଗରିକ। ଏନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିଡିଏମଓ କହିଛନ୍ତି, ଘଟଣା ବିଷୟରେ ଜାଣିବା ପରେ ଗୋଟିଏ ଟିମ ଏହାର ତଦନ୍ତ ରୁଛି। ଯଦି ଏଥିରେ ତୃଟି ଥିବା ପରିଲକ୍ଷିତ ହୁଏ ତେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।