ଓଡ଼ିଶା 365 (ବ୍ୟୁରୋ): ଖୁବଶୀଘ୍ର ନିର୍ମାଣ ହେବ ଚଳଚ୍ଚିତ୍ର ‘ରାମାୟଣ’ । ଏହି ଚଳଚ୍ଚିତ୍ର ପାଇଁ ମୁଖ୍ୟ ଚରିତ୍ର ତଥା ପ୍ରଭୁ ରାମ ଏବଂ ମାତା ସୀତାଙ୍କ କାଷ୍ଟିଂ ମଧ୍ୟ ଶେଷ ହୋଇଛି। ଖବର ଅନୁଯାୟୀ ବଲିଉଡ ଅଭିନେତା ରଣବୀର କପୁର ଏହି ଫିଲ୍ମରେ ପ୍ରଭୁ ରାମ ଭୂମିକାରେ ଅଭିନୟ କରିବେ, ସେହିପରି ଦକ୍ଷିଣ ଅଭିନେତ୍ରୀ ସାଇ ପଲ୍ଲଭୀ ମାତା ସୀତା ଭୂମିକାରେ ନଜର ଆସିବେ । ପୂର୍ବରୁ ଆଲିଆ ଭଟ୍ଟ ମାତା ସୀତା ଭୂମିକାରେ ଅଭିନୟ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା, କିନ୍ତୁ ତାରିଖ ସିଡ୍ୟୁଲ ହେତୁ ଆଲିଆ ଫିଲ୍ମରୁ ବାହାର ହୋଇଯାଇଥିଲେ। ବର୍ତ୍ତମାନ ନିର୍ମାତା ରାମ, ସୀତାଙ୍କ ଭୂମିକା ପାଇଁ ରଣବୀର-ସାଇ ପଲ୍ଲଭୀଙ୍କୁ କାଷ୍ଟ କରିଛନ୍ତି। ନିତେଶ ତିୱାରୀ ତାଙ୍କ ଡ୍ରିମ୍ ଚଳଚ୍ଚିତ୍ର ‘ରାମାୟଣ’କୁ ଦୁଇ ଭାଗରେ କରିବାକୁ ଯୋଜନା କରୁଛନ୍ତି। ପ୍ରଥମ ଭାଗରେ ରଣବୀର କପୁର ଏବଂ ସାଇ ପାଲ୍ଲାଭୀଙ୍କ ଉପରେ ଧ୍ୟାନ ଦିଆଯିବ।
ସେପଟେ, ରାମାୟଣର ମୁଖ୍ୟ ଚରିତ୍ର ରାମଙ୍କ ଭୂମିକାରେ ନଜର ଆସିବେ ରଣବୀର କପୁର । ସୂଚନା ଅନୁଯାୟୀ, ସିନେମାର କାମ ଆରମ୍ଭ ହେବା ପୂର୍ବରୁ ବିଭିନ୍ନ ପ୍ରକାର ପରିବର୍ତ୍ତନ କରିବା ଆରମ୍ଭ କଲେଦେଲେଣି ରଣବୀର । ଏହି ସିନେମା ପାଇଁ ରଣବୀର ଆମିଷ ଖାଦ୍ୟ ଏବଂ ମଦ୍ୟପାନ ବର୍ଜନ କରିବେ । ସିନେମାର ସୁଟିଂ ଆରମ୍ଭ ହେବା ଦିନଠୁ ସେ ଆଉ ନନଭେଜ୍ କିମ୍ବା ଆଲକହଲ ଗ୍ରହଣ କରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି ।
ରଣବୀରଙ୍କ ଏହି ନିଷ୍ପତି ବାଧ୍ୟ ବାଧକତା କିମ୍ବା ପବ୍ଲିକ୍ ଇମେଜ୍ ପାଇଁ ନୁହେଁ ବରଂ ସ୍ୱଇଚ୍ଛାରେ ସେ ଏହା କରିବାକୁ ଯାଉଛନ୍ତି । ରଣବୀରଙ୍କ ମତ ହେଉଛି ରାମ ଆମ ବେଦ ପୁରାଣର ଏକ ପବିତ୍ର ଚରିତ୍ର । ଏହି ଚରିତ୍ରରେ ଅଭିନୟ କରିବା ବେଳେ ସେ ମଧ୍ୟ ସେହି ପବିତ୍ରତା ନିଜ ଭିତରେ ଅନୁଭବ କରିବାକୁ ଚାହୁଁଛନ୍ତି । ତେଣୁ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ରଣବୀର ।