ଓଡ଼ିଶା 365 (ବ୍ୟୁରୋ): ଆଜି ଠୁ
ଯାତ୍ରୀ ପରିବହନ କ୍ଷେତ୍ରରେ ଯୋଡ଼ିହେବ ନୂଆ ଅଧ୍ୟାୟ। ଆଜି ଶୁଭାରମ୍ଭ ହେବ ‘ଲକ୍ଷ୍ମୀ’ ବସ୍
ସେବା ଫଳରେ ରାଜଧାନୀ
ସହିତ ଯୋଡ଼ି ହେବ ଗାଁ । ମାଲକାନଗିରି ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ
ଉଦଘାଟନ କରିବେ । ମାଲକାନଗିରି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୩୬ଟି ଲକ୍ଷ୍ମୀ ବସ୍ ଚଳାଚଳ
କରିବ । ସେଥିରେ ୭ଟି ଏସି ବସ୍ ଓ ୨୯ ନନ୍ଏସି ଲକ୍ଷ୍ମୀ ବସ୍ ରହିଛି । ପରବର୍ତ୍ତୀ
ପର୍ଯ୍ୟାୟରେ ଗଜପତି ଜିଲ୍ଲାରେ ୩୬ଟି ଲକ୍ଷ୍ମୀ ବସ୍ ଚାଲିବ । ପରେ କୋରାପୁଟ ଜିଲ୍ଲାକୁ ୪୩, ନବରଙ୍ଗପୁର ଜିଲ୍ଲାକୁ ୪୦, ରାୟଗଡ଼ାକୁ ୧୯ ଓ କନ୍ଧମାଳକୁ
୩୨ଟି ବସ୍ ଯୋଗାଇ ଦିଆଯାଇଛି । ପରବର୍ତ୍ତୀ ସମୟରେ ପୂରା ଓଡ଼ିଶାରେ ଏହା ଚଳାଚଳ କରିବ ।
ବିଶେଷକରି ଗ୍ରାମାଂଚଳ ଲୋକମାନେ ଯାତାୟତରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ତାହା
ଉପରେ ଅଧିକ ଫୋକସ କରାଯାଇଛି ।
କହିରଖୁ କି, ରାଜ୍ୟରେ
ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ସହ ଗ୍ରାମାଞ୍ଚଳର ଜନସାଧାରଣଙ୍କ
ସାମାଜିକ, ଆର୍ଥିକ
ଏବଂ ସାମଗ୍ରିକ ଜୀବିକାକୁ ବୃଦ୍ଧି ପାଇଁ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛି ‘ଲକ୍ଷ୍ମୀ’
ଯୋଜନା । ଯୋଜନାରେ ହଜାରେରୁ ଅଧିକ ବସ ଚଳାଚଳ କରିବ । ପ୍ରଥମ ତିନି ବର୍ଷରେ ୩ ହଜାର ୧୭୮ କୋଟି
ଟଙ୍କା ଖର୍ଚ୍ଚ ହେବ । ଏହାର ଅବଧି ୧୦ ବର୍ଷ ପର୍ଯ୍ୟନ୍ତ ରହିଥିବାବେଳେ ପ୍ରଦର୍ଶନ ଆଧାରରେ ଆଉ ୨
ବର୍ଷ ବୃଦ୍ଧି କରାଯାଇ ପାରିବ ।