ଓଡ଼ିଶା 365 (ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ରାଜ୍ୟସରକାରଙ୍କ ମିଶନ ଶକ୍ତି ସ୍କୁଟର ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ମହିଳା ସଶକ୍ତିକରଣ ଦିଗରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି । ଶୁଭାରମ୍ଭର ପ୍ରଥମ ଦିନରେ ୧୫ ହଜାର ମହିଳା ଏହି ସ୍କୁଟର ନେଇଛନ୍ତି । ୨ ଲକ୍ଷରୁ ଅଧିକ ମହିଳା ଏହି ଯୋଜନାରେ ଉପକୃତ ହେବେ।
ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳା ସଶକ୍ତିକରଣ ହେଲେ ସମାଜ ଆଗକୁ ବଢିବ । ମହିଳାଙ୍କୁ ସଶକ୍ତ କରିବା ସହ ଆର୍ଥିକ ସହାୟତା ଓ ନୂଆ ଜୀବିକାର ରାହା ଦେଖାଇବାକୁ ସରକାର ପ୍ରୟାସ କରୁଛନ୍ତି ବୋଲି କହିଛନ୍ତି । ଏହି ଯୋଜନାରେ ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟରେ ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲେ । ମିଶନ ଶକ୍ତି