ଓଡ଼ିଶା 365 (ବ୍ୟୁରୋ): ପାକିସ୍ତାନରେ ପୁଣି ଟଳିଲା ଜଣେ ଆତଙ୍କବାଦୀ । ଅଜଣା ଲୋକଙ୍କ ଦ୍ୱାରା ନିପାତ ହୋଇଛି ଭାରତ ପାଇଁ ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ଥିବା ଜୈସ ଏ ମହମ୍ମଦ ଆତଙ୍କବାଦୀ ସଂଗଠନର ଆତଙ୍କବାଦୀ ଶାହିଦ ଲତିଫ । ପାକିସ୍ତାନରେ ତାକୁ କେହି ଅପହରଣ କରି ହତ୍ୟା କରିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି ।ପଠାନକୋଟ୍ ଆକ୍ରମଣର ମାଷ୍ଟରମାଇଣ୍ଡ୍ ଥିଲା ଲତିଫ । ଭାରତ ପାଇଁ ଓ୍ୱାଣ୍ଟେଡ ଲିଷ୍ଟରେ ଲତିଫ ଥିବା ବେଳେ ପାକିସ୍ତାନରେ ସୁରକ୍ଷିତ ଭାବେ ବୁଲୁଥିଲା ।ଆତଙ୍କବାଦୀ ଶାହିଦ୍ ଲତିଫକୁ ପାକିସ୍ତାନର ସିଆଲକୋଟରେ ଅଜ୍ଞାତ ଆତତାୟୀମାନେ ଗୁଳି ମାରି ହତ୍ୟା କରାଯାଇଥିବା ପାକିସ୍ତାନ ଏବଂ ଭାରତୀୟ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଜଣଙ୍କ ପରେ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରୁଛି କିଏ। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।
ଗତ ୬ ମାସ ମଧ୍ୟରେ ଅନେକ ଆତଙ୍କବାଦୀଙ୍କୁ ପାକିସ୍ତାନରେ ହତ୍ୟା କରାଯାଇଛି । ଏହି ସମସ୍ତ ହତ୍ୟା ପଛରେ ଅଜଣା ଲୋକଙ୍କ ହାତ ରହିଛି । ୪୧ ବର୍ଷିୟ ଲତୀଫ୍ କଡା ସୁରକ୍ଷା ଭିତରେ ରହୁଥିବା ବେଳେ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ଜୈଶ୍-ଏ-ମହମ୍ମଦର ସଦସ୍ୟମାନେ ତାକୁ ଘେରି ରହିଥାନ୍ତି । ଏସବୁ ଭିତରେ କିଭଳି ତାକୁ କିଏ ହତ୍ୟା କଲା ତାହା ସ୍ପଷ୍ଟ ହୋଇନାହିଁ । ୨୦୧୬ ଜାନୁଆରି ୨ ତାରିଖରେ ପଠାନକୋଟ୍ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା ଲତିଫ,ସେ ସିଆଲକୋଟରେ ଥାଇ ଏହି ଆକ୍ରମଣର ଷଡ଼ଯନ୍ତ୍ର କରିଥିଲା । ସେ ସମୟରେ ଜୈଶ୍-ଏ-ମହମ୍ମଦର ୪ଜଣ ଆତଙ୍କବାଦୀଙ୍କୁ ପଠାନକୋଟ୍ ପଠାଇ କରିଥିଲା ଆକ୍ରମଣ ।