ଓଡ଼ିଶା 365 (ବ୍ୟୁରୋ): ହସ୍ପିଟାଲ୍ରେ ଭର୍ତ୍ତି ହେଲେ ଜସ୍ମିନ ଭାସିନ । ତାଙ୍କ ପେଟରେ ସଂକ୍ରମଣ ହେବା ହେତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ବିଗିଡିଯାଇଥିଲା , ଯେଉଁଥିପାଇଁ ତାଙ୍କୁ ଅସହ୍ୟ ଯନ୍ତ୍ରଣା ହେଉଥିଲା । ଯନ୍ତ୍ରଣା ସହିନପାରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଜସ୍ମିନ । ଜସ୍ମିନ୍ ନିଜେ ଏହି ଯନ୍ତ୍ରଣା ଦାୟକ ପରିସ୍ଥିତିକୁ ମୁକାବିଲା କରି ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି।
ସୂଚନା ମୁତାବକ, ବର୍ତ୍ତମାନ ଜସ୍ମିନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ନିଜର ଏକ ଫଟୋ ସେୟାର କରିଛନ୍ତି। ଯାହାକୁ ଦେଖି ପ୍ରଶଂସକମାନେ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି ।ସେ ପେଟ ସଂକ୍ରମଣରେ ପୀଡିତ ଥିଲେ ଯେଉଁଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ସେୟାର କରିଥିବା ଫଟୋରେ, ତାଙ୍କ ହାତରେ ଏକ ଡ୍ରପ୍ ଥିବା ଦେଖିବାକୁ ମିଳିଛି ।ବର୍ତ୍ତମାନ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଏବଂ ସୁସ୍ଥ ହେବାକୁ ଚେଷ୍ଟା କରୁଛନ୍ତି।ସେପଟେ ଆଶା କରାଯାଉଛି ଯେ ଏହି ସଂକ୍ରମଣ ଯଥାଶୀଘ୍ର ଭଲ ହୋଇଯିବ ଏବଂ ଜସ୍ମିନ୍ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନିଜ ଘରକୁ ଫେରିବେ ବୋଲି ପ୍ରଶଂସକମାନେ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳୁଛି ।