ଓଡ଼ିଶା 365 (ବ୍ୟୁରୋ): ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଅସୁସ୍ଥ । ଚିକିତ୍ସା ପାଇଁ ତାଙ୍କୁ କଟକ ଚୌଦ୍ୱାରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୪ ଦିନ ହେବ ସେଠାରେ ତାଙ୍କ ଚିକିତ୍ସା ଚାଲିଛି । ତେବେ ବିଭିନ୍ନ ଟେଷ୍ଟ ପରେ ସ୍ୱରୁପ ଥ୍ରୋଟ କ୍ୟାନସରରେ ଆକ୍ରାନ୍ତ ହୋଇଥିବା କହିଛନ୍ତି ଡାକ୍ତର ।
ସୂଚନାଯୋଗ୍ୟ, ମୋଟ ୪୧ଟି ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ୩୦ଟି କଥାଚିତ୍ରରେ ଗୀତ ରଚନା, ୬ଟି କଥାଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟକ ଓ ୬ଟି କଥାଚିତ୍ରରେ ଅଭିନୟ କରିଛନ୍ତି ସ୍ୱରୂପ । ୧୯୬୨ ମସିହାରେ ଜୟଦେବ କଥାଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ସେ ଅଭିନୟ ଆରମ୍ଭ କରିଥିଲେ । ୧୯୮୪ ମସିହାର ହୀରାନୀଳା କଥାଚିତ୍ର ଥିଲା ସଙ୍ଗୀତକାର ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର । ଓଡ଼ିଆ ଅଭିନେତ୍ରୀ ପାର୍ବତୀ ଘୋଷ ତାଙ୍କ ଭଉଣୀ ଓ ଓଡ଼ିଆ କଥାଚିତ୍ର ସଙ୍ଗୀତକାର ସାରଦା ପ୍ରସନ୍ନ ନାୟକତାଙ୍କ ଭାଇ ।