ଓଡ଼ିଶା 365 (ବ୍ୟୁରୋ): ୮୧ ବର୍ଷରେ ପାଦ ଥାପିଲେ ବଲିଉଡର ମହାନାୟକ ତଥା ବିଗ୍ ବି ଅମିତାଭ ବଚ୍ଚନ । ଆଜି ବିଗ୍ ବିଙ୍କ ଜନ୍ମଦିନ ଅବସରରରେ ବଲିଉଡର ସମସ୍ତ କଳାକାରଙ୍କ ସହ ତାଙ୍କର ପ୍ରଶସଂକ ମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ବଲିଉଡର ବିଗ୍ ବି ନିଜର ଅଭିନୟ ଯାଦୁରେ ବହୁ ବର୍ଷ ଧରି ବଲିଉଡରେ ରାଜ କରିବା ସହ ଦର୍ଶକମାନଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।
ବିଗ୍ ବି ତାଙ୍କ ଜୀବନର ପ୍ରଥମ ଫିଲ୍ମ ୧୯୬୯ରେ ରିଲିଜ ଫିଲ୍ମ ସାତ ହିନ୍ଦୁସ୍ତାନୀରୁ ଆରମ୍ଭ କରିଥିଲେ ଅଭିନୟ ଜୀବନ । ୩୦ ବର୍ଷ ବେଳକୁ ୧୨ଟି ଫିଲ୍ମରେ ଅଭିନୟ କରିଥିଲେ । ସେଥିରୁ ମାତ୍ର ୨ଟି ଫିଲ୍ମ ହିଟ୍ ହୋଇଥିଲା । ଫିଲ୍ମ ଆନନ୍ଦରେ ତତ୍କାଳୀନ ସୁପରଷ୍ଟାର ରାଜେଶ ଖନ୍ନାଙ୍କ ସହ ସେ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ମିଳିଥିଲା ଫିଲ୍ମ ଫେୟାର ଆଓ୍ଵାର୍ଡ । ୧୯୭୩ରେ ରିଲିଜ ଫିଲ୍ମ ଜଞ୍ଜିରରୁ ସଫଳତାର ସିଡି ଚଢ଼ିଥିଲେ ବିଗ୍ ବି । ନିର୍ଦ୍ଦେଶକ ପ୍ରକାଶ ମେହେରାଙ୍କ କ୍ରାଇମ୍ ଥ୍ରୀଲର୍ ଜଞ୍ଜିର ସିନେମାରେ ପୋଲିସ ଇନିସପେକ୍ଟର ବିଜୟ ଭୂମିକାରେ ଅଭିନୟ କରି ବଲିଉଡରେ ଆଙ୍ଗ୍ରି ୟଙ୍ଗମ୍ୟାନ୍ ଧାରା ସୃଷ୍ଟି କରିଥିଲେ । ଆଉ ରାତାରାତି ପାଲଟିଯାଇଥିଲେ ସୁପରଷ୍ଟାର୍ । ଜଞ୍ଜିର ପରେ ଆଉ ପଛକୁ ଫେରି ନାହାଁନ୍ତି ଅମିତାଭ ବଚ୍ଚନ । ବଲିଉଡକୁ ଦେଇ ଚାଲିଲେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ । ଏହାସହ ଅମର ଆକବର ଆନ୍ଥୋନୀ ତାଙ୍କ କ୍ୟାରିୟରର ଅନ୍ୟତମ ସୁପର ହିଟ୍ ଫିଲ୍ମ ଥିଲା। ଦମଦାର ଅଭିନୟ ପାଇଁ ପ୍ରଥମ ଥର ଫିଲ୍ମ ଫେୟାର ଆଓ୍ଵାର୍ଡ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ ।
ବଲିଉଡର ବିଗ୍ ବି ୧୯୪୨ ମସିହା ଅକ୍ଟୋବର ମାସ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ । କିଏ କହେ ତାଙ୍କୁ ଅଲ ଟାଇମ ଏଙ୍ଗ୍ରିମ୍ୟାନ, ତ ଆଉ କିଏ କହେ ବଲିଉଡର ଶେହନସା । କ୍ୟାରିଅରର ଅନେକ ସଂଘର୍ଷ ପରେ ସଫଳତାର ଶୀର୍ଷକୁ ଛୁଇଁଛନ୍ତି ସେ । ଆଜି ବି ଜୀବନ୍ତ ଓ ହୃଦୟସ୍ପର୍ଶୀ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି ଅମିତାଭ ।