ଓଡ଼ିଶା 365 (ବ୍ୟୁରୋ): ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ଆଜି ସକାଳେ ଆଫଗାନିସ୍ତାନରେ ବଡ଼ଧରଣର ଭୂମିକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଛି । ଭୂମିକମ୍ପ ଯୋଗୁ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ । ସେମାନେ ଘରୁ ବାହାରକୁ ବାହାରି ପଳାଇ ଆସିଥିଲେ ।
ସେପଟେ ଗତ ଶନିବାର ଦିନ ପଶ୍ଚିମ ଆଫଗାନିସ୍ତାନରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ୪ ହଜାର ଟପିଯାଇଛି। ଭୂକମ୍ପରେ ପ୍ରାୟ ୨ ହଜାର ଘର ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। ଆଫ୍ଗାନ କର୍ତ୍ତୃପକ୍ଷଙ୍କ ତଥ୍ୟ ଅନୁଯାୟୀ ଦୁର୍ଭାଗ୍ୟଜନକ ଭାବେ ଭୂକମ୍ପରେ ମୃତ୍ୟୁସଂଖ୍ୟା ୪ ହଜାର ଟପିଛି ଏବଂ ଲଗାତାର ବଢ଼ୁଛି। ପଶ୍ଚିମ ଆଫଗାନିସ୍ତାନ ଓ ଇରାନର ସୀମାରେ ସୃଷ୍ଟି ହୋଇଥିବା ଏହି ଶକ୍ତିଶାଳୀ ଭୂମିକମ୍ପରେ ହଜାର ହଜାର ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।