ଓଡ଼ିଶା 365 (ବ୍ୟୁରୋ): ଦିନକୁ ଦିନ ଭୟଙ୍କର ହେଉଛି ଇସ୍ରାଏଲ ଓ ପାଲେଷ୍ଟାଇନ୍ ଯୁଦ୍ଧ । ଏହାରି ଭିତରେ ଏହି ଯୁଦ୍ଧ ୫ମ ଦିନରେ ପହଞ୍ଚିଛି । ଏହି ଯୁଦ୍ଧରେ ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଛାରଖାର ହୋଇଗଲାଣି ଗାଜା । ଏହାରି ଭିତରେ ଯୁଦ୍ଧ ବନ୍ଦ କରିବାକୁ ଭାରତର ହସ୍ତକ୍ଷେପ ଦାବି କରିଛି ପାଲେଷ୍ଟାଇନ । ଭାରତରେ ଅବସ୍ଥାପିତ ପାଲେଷ୍ଟାଇନର ରାଷ୍ଟ୍ରଦୂତ ଅବୁ ଅଲହେଜା କହିଛନ୍ତି, ଭାରତ, ଇସ୍ରାଏଲ ଓ ପାଲେଷ୍ଟାଇନର ଭଲ ବନ୍ଧୁ । ତେଣୁ ଉତେଜନା ହ୍ରାସ କରିବାକୁ ଭାରତ ହସ୍ତକ୍ଷେପ କରିବା ଆବଶ୍ୟକ ।
ଅଲହେଜାଙ୍କ ଏହି ମନ୍ତବ୍ୟକୁ ଅତି ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । କାରଣ, ଭାରତ ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛି ଓ ଏହାର କଡା ନିନ୍ଦା କରିଛି । ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ପାଇଁ ଇସ୍ରାଏଲକୁ ଦାୟୀ କରିଛନ୍ତି ଅଲହେଜା । ଇସ୍ରାଏଲ ପାଲେଷ୍ଟାଇନ୍ ଉପରେ ଘନ ଘନ ଆଟାକ୍ କରୁଥିବା ବେଳେ ଏହି ଯୁଦ୍ଧ ଆହୁରି ଅଧିକ ଭୟଙ୍କର ହେବ ବୋଏଲି ଅନୁମାନ କରାଯାଉଛି ।