ଓଡ଼ିଶା 365 (ବ୍ୟୁରୋ): ଦିଲ୍ଲୀ-ଏନସିଆର ଲୋକଙ୍କ ପାଇଁ ଖୁସି ଖବର । ଏଣିକି ମେଟ୍ରୋରେ ଟିକେଟ୍ କରିବା ପାଇଁ ଆଉ କାଉଣ୍ଟରକୁ ଯିବାକୁ ପଡ଼ିବନି । ହାତ ମୁଠାରେ ମେଟ୍ରୋ ଟିକେଟ୍ କରିପାରିବେ । ଦିଲ୍ଲୀ-ଏନସିଆରରେ ମେଟ୍ରୋ ଯାତ୍ରାର ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ଯାତ୍ରୀମାନଙ୍କ ସୁବିଧା ଅନୁଯାୟୀ ସମୟ ସମୟରେ ନିଷ୍ପତ୍ତି ନେଇଥାଏ । ଡିଏମଆରସି ପୂର୍ବରୁ ୟୁୂପିଆଇ, କ୍ରେଡିଟ୍ / ଡେବିଟ୍ କାର୍ଡ, ଦ୍ୱାଟସ୍ ଆପ୍ (ବିମାନବନ୍ଦର ଲାଇନରେ) ଏବଂ ପେଟିଏମ୍ / ଫୋନ୍ ପେ (ବିମାନ ବନ୍ଦର ଲାଇନ) ମାଧ୍ୟମରେ କ୍ୟୁଆର ଟିକେଟ୍ ପ୍ରଦାନ କରିସାରିଛି । ଏହି ପରିପ୍ରେକ୍ଷୀରେ, ଡିଏମଆରସି ଏହାର ନୂତନ ହ୍ୱାଟସ୍ ଆପ୍ ଆଧାରିତ ଟିକେଟ୍ ବ୍ୟବସ୍ଥାକୁ ବିସ୍ତାର କରିବାକୁ ନିଷ୍ପତ୍ତି ନେଇଛି।
ଦିଲ୍ଲୀ ମେଟ୍ରୋ ଚଳିତ ବର୍ଷ ମେ ମାସରେ ବିମାନବନ୍ଦର ଏକ୍ସପ୍ରେସ ଲାଇନରେ ହ୍ୱାଟସ୍ ଆପ୍ ଆଧାରିତ ଟିକେଟ୍ ବ୍ୟବସ୍ଥା ଆରମ୍ଭ କରିଥିଲା। ଡିଏମଆରସି ର ଏହି ନିଷ୍ପତ୍ତି ସଠିକ୍ ପ୍ରମାଣିତ ହେଲା । ବର୍ତ୍ତମାନ ଗୁରୁଗ୍ରାମ ରାପିଡ୍ ମେଟ୍ରୋ ସମେତ ଦିଲ୍ଲୀ ନ୍ୟାସନାଲ କ୍ୟାପିଟାଲ୍ ରିଜିଅନ୍ (ଏନସିଆର) ର ସମସ୍ତ ଲାଇନକୁ କଭର୍ କରିବାକୁ ଦିଲ୍ଲୀ ମେଟ୍ରୋ ଏହି ଟିକେଟ୍ ବ୍ୟବସ୍ଥାକୁ ବିସ୍ତାର କରିଛି।
ଆପଣଙ୍କ ଫୋନର ଯୋଗାଯୋଗ ତାଲିକାରେ ଡିଏମଆରସି ଅଫିସିଆଲ୍ ହ୍ୱାଟସ୍ ଆପ୍ ୯୬୫୦୮୫୫୮୦୦ ଯୋଡନ୍ତୁ । ବୈକଳ୍ପିକ ଭାବରେ, ଆପଣ ଚାଟବଟ୍ କ୍ୟୁଆର କୋଡ୍ ସ୍କାନ୍ କରିପାରିବେ ଯାହା ସମସ୍ତ ବିମାନବନ୍ଦର ଏକ୍ସପ୍ରେସ ଲାଇନ୍ ଟିକେଟ୍ ଏବଂ ଗ୍ରାହକ ସେବା ଡେସ୍କରେ ପ୍ରଦର୍ଶିତ ହେବ । ୯୬୫୦୮୫୫୮୦୦ କୁ ହ୍ୱାଟସ୍ ଆପ୍ ମାଧ୍ୟମରେ ନୂତନ ଭାବରେ ଯୋଗାଯୋଗକୁ “ହାଏ” ପଠାନ୍ତୁ । ଏହା ପରେ ତାଲିକାରୁ ଆପଣଙ୍କର ପ୍ରିୟ ପସନ୍ଦ ଚୟନ କରନ୍ତୁ । ତା’ପରେ ଟିକେଟ୍ କିଣିବା, ଶେଷ ଟ୍ରିପ୍ ଟିକେଟ୍ କିମ୍ବା ଟିକେଟ୍ ପୁନରୁଦ୍ଧାରର ବିକଳ୍ପ ଚୟନ କରନ୍ତୁ । ଏହା ପରେ ଷ୍ଟେସନ୍ ଏବଂ ଗନ୍ତବ୍ୟ ସ୍ଥଳକୁ ବାଛନ୍ତୁ ଏବଂ ଆପଣ କେତେ ଟିକେଟ୍ କିଣିବେ ତାହା ସ୍ଥିର କରନ୍ତୁ । ଦିଲ୍ଲୀ ମେଟ୍ରୋର ଏହି ହ୍ୱାଟସ୍ ଆପ୍ ଚାଟ୍ବଟ୍ ଉଭୟ ଇଂରାଜୀ ଏବଂ ହିନ୍ଦୀରେ ଉପଲବ୍ଧ ।