ଓଡ଼ିଶା 365 (ବ୍ୟୁରୋ): ରାଜ୍ୟ ସରକାର ବିଗତ କିଛି ବର୍ଷ ହେବ କଟକ ବଡ଼ ମେଡିକାଲରେ ବିଶ୍ୱସ୍ତରୀୟ ଓ ଏମ୍ସ ପ୍ଲସ ସୁବିଧା ଉପଲବ୍ଧ ନେଇ ସ୍ଲୋଗାନ ଦେଇଆସୁଛନ୍ତି। ହେଲେ ଏବେ ବି ଏହାର ବାସ୍ତବତା ନକହିବା ଭଲ। କେତେବେଳେ ହସ୍ପିଟାଲରେ ବିଜୁଳି ଓ ପାଣି ସଙ୍କଟ ଦେଖାଦେଉଛି ତକେତେବେଳେ ଠେଙ୍ଗାରେ ସାଲାଇନ୍ ଝୁଲୁଥିବାର ବିକଳ ଦୃଶ୍ୟ ଦେଖିବାକୁ ମିଳୁଛି। ଏଠି ରୋଗୀଙ୍କୁ ସାଲାଇନ ଦେବା ପାଇଁ ନାହିଁ ଷ୍ଟାଣ୍ଡ । ଫଳରେ ଠେଙ୍ଗାରେ ଝୁଲୁଛି ସାଲାଇନ୍ । ଆଉ ରୋଗୀଙ୍କ ପାଖରେ ସାଲାଇନ ଲଗାଯାଇଥିବା ଠେଙ୍ଗାକୁୁ ଧରି ବସିଛନ୍ତି ତାଙ୍କ ସମ୍ପର୍କୀୟ । ଜୀବନ ମରଣ ଭିତରେ ଗୁରୁତର ରୋଗୀଙ୍କୁ ଠେଙ୍ଗାରେ ସାଲାଇନ୍ ବୋତଲ ଝୁଲାଇ ଚିକିତ୍ସା କରିବାର ଏଭଳି ଅଭାବନୀୟ ଦୃଶ୍ୟ କଟକ ବଡ଼ ଡାକ୍ତରଖାନାର ଜରୁରୀକାଳିନ ଚିକିତ୍ସା ସେବାକୁ ପଦାରେ ପକାଇଛି ।
ଜଣେ ଗୁରୁତର ରୋଗୀଙ୍କୁ ଚିକିତ୍ସା ଲାଗି ବେଡ ମିଳିବା ତ ଦୂରର କଥା ସାଲାଇନ ବୋତଲ ଝୁଲାଇବା ପାଇଁ ଷ୍ଟାଣ୍ଡଟିଏ ମିଳୁନାହିଁ । ବୁଧବାର ରାତିରେ ସାଲାଇନ ଷ୍ଟାଣ୍ଡ ପାଇଁ ଦୀଘଁ ସମ ଅପେକ୍ଷା କରିବା ପରେ ଶେଷରେ ବାଧ୍ୟ ହୋଇ ଏପରି ଠେଙ୍ଗାର ସାଲାଇନ ବୋତଲ ଝୁଲାଯାଇ ରୋଗୀଙ୍କୁ ଦିଆଯାଇଛି । ଯାହାପରେ ଆଶୁ ଚିକିତ୍ସା ବିଭାଗରେ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ ।