ଓଡ଼ିଶା 365 (ବ୍ୟୁରୋ) : ଆପଣ ମାନେ ସାମସ୍ତେ କୌଣସି ସମସ୍ୟା ଜନିତ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇଥାନ୍ତି । ଯେତେବେଳେବି ଆପଣ ଔଷଧ ଦୋକାନରୁ ଔଷଧ କିଣୁଛନ୍ତି ଦେଖିଥିବେ ଏହା କଛରେ ଏକ ଲାଲ୍ ରଙ୍ଗର ଲମ୍ୱା ଲାଇନ୍ ଟଣାଯାଇଥାଏ । ଆପଣ ଜାଣନ୍ତିକି ଏହି ଲମ୍ୱା ଲାଇନ କଣ ପାଇଁ ଓ କାହିଁକି ଟଣାଯାଇଥାଏ ବା ଏହାର ଅର୍ଥ କଣ ?
ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଔଷଧ ପ୍ୟାକେଟରେ ବିଶେଷ ମାର୍କ କରନ୍ତି । ଔଷଧ ପ୍ୟାକେଟରେ ଥିବା ଲାଲ୍ ରେଖା ଏଥିପାଇଁ ତିଆରି ହୋଇଛି ଯାହା ଡାକ୍ତରଙ୍କ ପରାମର୍ଶ ବିନା କେହି ଏହାକୁ ଖାଇ ପାରିବେ ନାହିଁ।
ଲାଲ୍ ରେଖା ବ୍ୟତୀତ ଔଷଧରରେ ଏପରି ଅନେକ ଚିହ୍ନ ଅଛି। ଯାହା ବିଷୟରେ ଆପଣ ସମସ୍ତେ ଜାଣିବା ଉଚିତ୍ । ଉଦାହରଣ ସ୍ୱରୂପ, ଯଦି (NRx) ଅନେକ ଔଷଧର ଲିଫଲେଟରେ ଲେଖା ହୋଇଛି। ଏହାର ଅର୍ଥ ହେଉଛି ଯେଉଁ ଡାକ୍ତରଙ୍କ ପାଖରେ ଔଷଧ ଲାଇସେନ୍ସ ଅଛି ସେମାନେ ସେହି ତାହାକୁ ସେବନ ପାଇଁ ପରାମର୍ଶ ଦେଇପାରିବେ ।
ଔଷଧ ଉପରେ ଲେଖାଯାଇଥିବା (Rx) ର ଅର୍ଥ ହେଉଛି ଏହା କେବଳ ଡାକ୍ତରଙ୍କ ପରାମର୍ଶରେ ନିଆଯିବା ଉଚିତ୍ । (XRx) କିଛି ଔଷଧର ଲିଫଲେଟରେ ଲେଖାଯାଇଛି, ଯାହାର ଅର୍ଥ ହେଉଛି କେବଳ ଜଣେ ଡାକ୍ତର ରୋଗୀଙ୍କୁ ସେହି ଔଷଧ ଦେଇପାରିବେ ଏବଂ ଏହାକୁ କୌଣସି ମେଡିକାଲ ଦୋକାନରୁ କିଣାଯାଇପାରିବ ନାହିଁ।