ଓଡ଼ିଶା 365 (ବ୍ୟୁରୋ) : ଚେନ୍ନାଇରେ ଖେଳାଯିବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ ପୂର୍ବରୁ ରୋହିତ୍ ବାହିନୀର ବଢିଛି ଟେନସନ ।
ଦିନିକିଆ ବିଶ୍ୱକପ ଅଭିଯାନ ପୂର୍ବରୁ ଭାରତକୁ ଲାଗିପାରେ ଝଟକା । ଫର୍ମରେ ଥିବା ଭାରତୀୟ ଓପନର ଶୁଭମନ ଗିଲ୍ ଡେଙ୍ଗୁ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳିବା ନେଇ ଆଶଙ୍କା ଦେଖାଦେଇଛି । ମ୍ୟାଚ୍ ପୂର୍ବରୁ ସୁସ୍ଥ ନହେଲେ ଶୁବମନଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ସହିତ ଈଷାନ କିଶାନ ଓପନିଂ କରିପାରନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରି ମ୍ୟାନ୍ ଅଫ ଦି ସିରିଜ ହୋଇଥିଲେ ଗିଲ୍। ଶୁବମନ ଗିଲ୍ ଚଳିତବର୍ଷ ଭଲ ଫର୍ମରେ ଅଛନ୍ତି ।
୨୦୨୩ ଦିନିକିଆରେ ଗିଲ୍ ହେଉଛନ୍ତି ଭାରତର ଟପ୍ ସ୍କୋରର୍ । ଶୁବମନ ଗିଲ୍ ୨୦୨୩ରେ ୨୦ ଦିନିକିଆ ମ୍ୟାଚରେ ୧୨୩୦ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୬ଟି ଶତକ କରିଥିବା ବେଳେ ଏବର୍ଷ ୫ଟି ଶତକ ମାରିଛନ୍ତି । ଶୁଭମନ ଶୀଘ୍ର ସୁସ୍ଥ ହୋଇ ଦଳ ସହ ମଇଦାନକୁ ଓହ୍ଲାନ୍ତୁ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି। ଅନ୍ୟପଟେ ଯଦି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଗିଲ୍ ନଖେଳନ୍ତି ତେବେ ସୂର୍ଯ୍ୟକୁମାର ଯାଦଙ୍କୁ ୧୧ଜଣିଆ ଟିମରେ ସ୍ଥାନ ମିଳିବାର ସମ୍ଭାବନା ରହିଛି।