ଓଡ଼ିଶା 365 (ବ୍ୟୁରୋ) : ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଆଇସିସି ଦିନିକିଆ ବିଶ୍ୱକପର ଉଦଘାଟନୀ ମ୍ୟାଚରେ ୯ ୱିକେଟରେ ବାଜିମାରିଛି ନ୍ୟୁଜିଲାଣ୍ଡ ପରାସ୍ତ ହୋଇଛି ବିଶ୍ୱ ଚାମ୍ପିୟନ ଇଂଲଣ୍ଡ। ଇଂଲଣ୍ଡ ପ୍ରଥମେ ବ୍ୟାଟିଂକରି
ଧାର୍ଯ୍ୟ ୨୮୩ ରନର ବିଜୟଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ସହଜରେ ହାସଲ କରିନେଇଛି । ଡେଭନ୍ କନୱେ ଓ ରଚିନ୍ ରବୀନ୍ଦ୍ରଙ୍କ ଅପରାଜିତ ଶତକ ବଳରେ ଦଳ ମାତ୍ର ୩୬ ଦଶମିକ ୨ ଓଭରରେ ୧ ୱିକେଟ୍ ହରାଇ ବିଜୟ ହାସଲ କରିଛି। ୧୦ ରନରେ ପ୍ରଥମ ୱିକେଟ୍ ହରାଇଥିଲା ନ୍ୟୁଜିଲାଣ୍ଡ । ତେବେ ଦ୍ୱିତୀୟ ୱିକେଟ୍ ପାଇଁ ଦ୍ୱିଶତକୀୟ ପାର୍ଟନରଶିପ୍ କରିଥିଲେ ଓପନିଂ ବ୍ୟାଟସମ୍ୟାନ କନୱେ ଓ ରବୀନ୍ଦ୍ର ।
କନୱେ ୧୯ ଚୌକା ଓ ୩ ଛକା ସହାୟତାରେ ୧୫୨ ରନ, ରବୀନ୍ଦ୍ର ୧୧ ଚୌକା ଓ ୫ ଛକା ସହ ୧୨୩ ରନର ଇନିଂସ୍ ଖେଳିଛନ୍ତି । ବ୍ୟାଟିଂ ବୋଲିଂରେ କମାଲ କରିଥିବା ରବୀନ୍ଦ୍ର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍ ସର୍ବାଧିକ ୭୭ ରନ୍ କରିଥିଲେ । ଅଧିନାୟକ ଜୋସ ବଟଲର ୪୩ ରନ୍, ହ୍ୟାରୀ ବ୍ରୁକ୍ସ ୨୫ ଏବଂ ଲିଆମ୍ ଲିଭିଙ୍ଗଷ୍ଟୋନ୍ ୨୦ ରନ୍ ପାରି ଖେଳିଥିଲେ । ନ୍ୟୁଜିଲ୍ୟାଣ୍ଡର ପକ୍ଷରୁ ମ୍ୟାଟ୍ ହେନରୀ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ଶୁକ୍ରବାର ନେଦରଲ୍ୟାଣ୍ଡକୁ ଭେଟିବ ପାକିସ୍ତାନ ।