ଓଡ଼ିଶା 365 (ବ୍ୟୁରୋ): ବହୁଚକର୍ଚ୍ଚିତ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ଆରମ୍ଭ ହୋଇଛି ସାକ୍ଷ୍ୟ ଗ୍ରହଣ । ଭିସି ଯୋଗେ କୋର୍ଟରେ ହାଜର ହୋଇଛି ଅଭିଯୁକ୍ତ ଗୋପାଳ ଦାସ । ଚୌଦ୍ୱାର ଜେଲରୁ ଭିସି ଯୋଗେ ହାଜର ହେଲେ ଗୋପାଳ । ପ୍ରଥମ ଦିନରେ ୨ଜଣଙ୍କ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସରକାରୀଙ୍କ ଓକିଲ ।
ଗତମାସ ୧୪ ତାରିଖରେରେ ଗୋପାଳ ପକ୍ଷରୁ ଦାଖଲ ହୋଇଥିବା ଡିସଚାର୍ଜ ପିଟିସନର ଶୁଣାଣି ହୋଇଥିଲା ବେଳେ କୋର୍ଟ ଏହାକୁ ଖାରଜ କରିଥିଲେ। କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ ଆଧାରରେ ଗୋପାଳ ବିରୋଧରେ ଚାର୍ଜଫ୍ରେମ ହୋଇଥିଲା। ଗୋପାଳ ନିଜକୁ ନିର୍ଦୋଷ କହିବା ସହ ନବ ଦାସକୁ ହତ୍ୟା କରିନଥିବା କହିଥିଲା। ତେବେ ପରବର୍ତି ଶୁଣାଣି ପାଇଁ ଆଜିର ଦିନ ଧାର୍ଯ୍ୟ କରିଥିଲେ କୋର୍ଟ।