ଓଡ଼ିଶା ୩୬୫(ବ୍ୟୁରୋ): ଚଳିତ ବର୍ଷ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା ହୋଇଛି । ନରୱେ ଲେଖକ ଜନ୍ ଫୋସେଙ୍କୁ ତାଙ୍କ ନାଟକ ଏବଂ ଗଦ୍ୟ ପାଇଁ ନୋବେଲ ପୁରସ୍କାର ତାଙ୍କୁ ପ୍ରଦାନ କରାଯାଇଛି । ଏହି ବର୍ଷର ସାହିତ୍ୟିକ ପୁରସ୍କାର ବିଜେତା ଜନ୍ ଫୋସେ ‘ଫୋସ୍ ମିନିମାଲିଜିମ୍’ ନାମରେ ଏକ ଶୈଳୀରେ ଉପନ୍ୟାସ ଲେଖିଛନ୍ତି । ଏହା ତାଙ୍କର ଦ୍ୱିତୀୟ ଉପନ୍ୟାସ ‘ଷ୍ଟାଙ୍ଗେଡ୍ ଗିଟାର୍’ (୧୯୮୫) ରେ ଦେଖିବାକୁ ମିଳେ ।
୨୦୨୨ ବର୍ଷ ପାଇଁ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଫରାସୀ ଲେଖକ ଆନି ଏର୍ନାକ୍ସଙ୍କୁ ଦିଆଯାଇଥିଲା। ଆନି ୧ ସେପ୍ଟେମ୍ବର ୧୯୪୦ ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଫରାସୀ ଲେଖକ ତଥା ସାହିତ୍ୟ ପ୍ରଫେସର। ତାଙ୍କର ସାହିତ୍ୟିକ କାର୍ୟ୍ୟ ପ୍ରାୟତଃ ଆତ୍ମଜୀବନୀ ଏବଂ ସମାଜବିଜ୍ଞାନ ଉପରେ ଆଧାରିତ ଥିଲା ।