ଓଡ଼ିଶା ୩୬୫(ବ୍ୟୁରୋ): ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଆପ୍ ନେତା ମନୀଷ ସିସୋଦିଆଙ୍କ ଜାମିନ୍ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଏହି ସମୟରେ କୋର୍ଟ ଇଡିଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ । ବହୁ ସମୟ ବିତର୍କ ଓ ଆଲୋଚନା ପରେ କୋର୍ଟ ଏହି ମାମଲାର ଶୁଣାଣିକୁ ସ୍ଥଗିତ ରଖିଥିଲେ । ଅକ୍ଟୋବର ୧୨ରେ ଏହି ମାମଲାର ଆଗାମୀ ଶୁଣାଣି ହେବ ।
ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି ମନୀଷ ସିସୋଦିଆଙ୍କ ପକ୍ଷରୁ ଏହି ମାମଲା ଉପସ୍ଥାପନ କରିଥିଲେ। ସିଂଭି ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଏହି ଅଭିଯୋଗ ଭିତ୍ତିହୀନ ଏବଂ ଏହା ପ୍ରମାଣ କରେ ନାହିଁ ଯେ ଆବେଦନକାରୀଙ୍କ କୌଣସି ସମ୍ପର୍କ ନାହିଁ। ଅଭିଯୁକ୍ତ ବିଜୟ ନାୟାର ଆବେଦନକାରୀଙ୍କ ସହଯୋଗୀ ନୁହଁନ୍ତି।
ଆଜି ସୁପ୍ରିମକୋର୍ଟରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଦ୍ୱିତୀୟ ଶୁଣାଣି ହୋଇଥିଲା। ବୁଧବାର ଦିନ ଶୁଣାଣି ବେଳେ ସୁପ୍ରିମକୋର୍ଟ ପଚାରିଥିଲେ ଯେ ଯେତେବେଳେ ଦିଲ୍ଲୀ ଲିକୋର ପଲିସି ସ୍କାମରେ ରାଜନୈତିକ ଦଳ ଉପକୃତ ହେଉଛନ୍ତି ବୋଲି କୁହାଯାଉଛି, ତେବେ ଅର୍ଥ ହେରଫେର ମାମଲାରେ ରାଜନୈତିକ ଦଳ କାହିଁକି ଅଭିଯୁକ୍ତ ହୋଇନାହାଁନ୍ତି? କୋର୍ଟ କହିଛନ୍ତି ଯେ ସେ (ମନୀଷ ସିସୋଦିଆ) ଏଥିରୁ କୌଣସି ଲାଭ ପାଇନାହାଁନ୍ତି ଏବଂ ଏଠାରେ ରାଜନୈତିକ ଦଳ ହିତାଧିକାରୀ କିନ୍ତୁ ଦଳ ଏପର୍ୟ୍ୟନ୍ତ ଅଭିଯୁକ୍ତ ହୋଇନାହାଁନ୍ତି।