ଓଡ଼ିଶା 365 (ବ୍ୟୁରୋ): ଦୀର୍ଘ ୧୬ ବର୍ଷ ପରେ ପୁଣି ଥରେ ବିବାହ କରିଛନ୍ତି ଅମିତ ଟଣ୍ଡନ ଓ ରୁବି ଟଣ୍ଡନ । କିଛି ବର୍ଷ ପୂର୍ବରୁ ଦୁହେଁ ପରସ୍ପରକୁ ଛାଡପତ୍ର ଦେବେ ବୋଲି ନିଷ୍ପତି ନେଇଥିଲେ । ହେଲେ ଉଭୟ ସେମାନଙ୍କର ନିଷ୍ପତିକୁ ବଦଳାଇ ପୁଣିଥରେ ତାଙ୍କ ସମ୍ପର୍କକୁ ଏକ ନୂଆ ରୂପ ହେଇଛନ୍ତି । ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଫ୍ୟାନ୍ସମାନେ ମଧ୍ୟ ଖୁବ୍ ଆଶ୍ଚର୍ଯ୍ୟ ହୋଇଛନ୍ତି । ସୂଚନା ଅନୁଯାୟୀ, ଦିନ ଥିଲା ଅଭିନେତା ତଥା ଗାୟକ ଅମିତ ଟଣ୍ଡନ୍ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ଯାଉଥିଲେ। କିନ୍ତୁ ପରେ ଏହି କପଲ ସେମାନଙ୍କ ସମ୍ପର୍କକୁ ଆଉ ଏକ ସୁଯୋଗ ଦେବାକୁ ସ୍ଥିର କରିଛନ୍ତି। ବର୍ତ୍ତମାନ ୧୬ ବର୍ଷ ପରେ ଦୁହେଁ ପୁଣି ଥରେ ବିବାହ କରିଛନ୍ତି। ଯେତେବେଳେ ରୁବି ଏକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଅମିତ ପ୍ରଥମେ ତାଙ୍କୁ ସାହାଯ୍ୟ କରିବାକୁ ଆସିଥିଲେ।
ଏହାପରେ ସେମାନେ ଛାଡପତ୍ର ନେବାର ନିଷ୍ପତ୍ତିକୁ ବଦଳାଇ ଦେଇଥିଲେ। ଦୁହେଁ ହୃଦୟଙ୍ଗମ କଲେ ଯେ ଛାଡପତ୍ର କେବଳ ତାଙ୍କୁ ପ୍ରଭାବିତ କରିବ ନାହିଁ ବରଂ ସେମାନଙ୍କର ପିଲା, ପରିବାର ଏବଂ ବନ୍ଧୁମାନଙ୍କୁ ମଧ୍ୟ ଲୋକଲଜ୍ୟାର ସମ୍ମୁଖୀନ ହେବାକୁ ପଡିବ । ସେଥିପାଇଁ ଉଭୟ ସବୁଦିଗକୁ ବୁଝିବିଚାରି ସେମାନଙ୍କ ନିଷ୍ପତିକୁ ବଦଳାଇଦେଇଥିଲେ । ଏବଂ ଶେଷରେ ପୁଣି ଥରେ ବିବାହ କରି ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି । ସେପଟେ ଇନଷ୍ଟାଗ୍ରାମରେ ଏକ କ୍ୟାପସନ୍ ଦେଇ କପଲ ବିବାହର ଫଟୋ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ‘ପ୍ରେମ ସହଜ ନୁହେଁ, ଭଗବାନ ଆମ ସହିତ ସର୍ବଦା ରୁହନ୍ତୁ।’ ତାଙ୍କ ବନ୍ଧୁ ଏବଂ ପ୍ରଶଂସକମାନେ ଏହି ନିଷ୍ପତ୍ତି ପାଇଁ ଅଭିନନ୍ଦନ ଜଣାଇବା ସହ ଆଶୀର୍ବାଦ ମଧ୍ୟ ଦେଇଛନ୍ତି।