ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡର ଦୁଇ ହିଟ୍ କଳାକାର ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କ ଯୋଡି । ଯାହାଙ୍କ ଏକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଦୁଇ କଳାକାରଙ୍କ ସହ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ, କୋରିଓଗ୍ରାଫର ବସ୍କୋ ମାର୍ଟିସ ଏବଂ ଟିମ୍ ର ଅନ୍ୟ ସଦସ୍ୟମାନଙ୍କୁ ଦେଖିବାକୁ ମିଳିଛି। ନିଜେ ହ୍ରିତିକ ରୋଶନ ସେଲ୍ଫି ନେଇଥିବାର ନଜର ଆସିଛନ୍ତି । ସୂଚନା ଅନୁଯାୟୀ, ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଆଗାମୀ ଆକ୍ସନ୍ ଥ୍ରିଲର ‘ଫାଇଟର’ର ସୁଟି ଲାଗି ଟିମ୍ ଇଟାଲୀରେ ପହଞ୍ଚିବା ସମୟର ଏହି ଫଟୋ। ଯାହାକୁ ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି ।
ସୂଚନା ଅନୁଯାୟୀ, ଇଟାଲୀରେ ଏହି ଯୋଡ଼ି ୧୫ ଦିନ ସୁଟିଂ କରିବେ ବୋଲି ଜଣାଯାଇଛି। ଏହି ସିନେମାରେ ହ୍ରିତିକ ରୋଶନ ପ୍ରଥମ ଥର ପାଇଁ ଜଣେ ବାୟୁସେନା ଅଧିକାରୀ ଭୂମିକାରେ ନଜର ଆସିବେ। ଠିକ୍ ସେହିପରି ଦୀପିକା ପାଦୁକୋନ୍ ହାଇ-ଆକ୍ସନ୍ ମୁଭିରେ ନିଜର ଜବରଦସ୍ତ ଆକସନ୍ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ଏହି ସିନେମାରେ ଏକ ପ୍ରମୁଖ ଭୂମିକାରେ ବରିଷ୍ଠ ଅଭିନେତା ଅନିଲ କପୁରଙ୍କୁ ବି ଦେଖିବାକୁ ମିଳିବ। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ‘ଫାଇଟର୍’ ଆଗାମୀ ୨୦୨୪ ଜାନୁଆରି ୨୫ ତାରିଖରେ ରିଲିଜ୍ ହେବାର ଯୋଜନା ରହିଥିବାବେଳେ ଦର୍ଶକମାନେ ମଧ୍ୟ ଏହାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।