ଓଡ଼ିଶା 365 (ବ୍ୟୁରୋ): ବିଜ୍ଞାପନକୁ ନେଇ ଅଡୁଆରେ ପଡ଼ିଛନ୍ତି ବିଗ୍ ବି । ଅମିତାଭ୍ଙ୍କ ବିରୋଧରେ ମାମଲା ରୁଜୁ କରିଛି ସ୍ମାର୍ଟଫୋନ୍ ରିଟେଲର୍ସ । ସ୍ମାର୍ଟଫୋନ୍ ରିଟେଲର୍ସ ବିଗ୍ ବିଙ୍କର ଏହି ବିଜ୍ଞାପନ ଗୁଡ଼ିକୁ ସମାଲୋଚନା କରିଛନ୍ତି । ସ୍ମାର୍ଟଫୋନ୍ ରିଟେଲର୍ସ କହିଛନ୍ତି ଯେ, ଏହି ବିଜ୍ଞାପନରେ ବିଗ୍ ବି କହୁଛନ୍ତି ଯେ ଏହି ଅଫରରେ ସେମାନେ ଏପରି କିଛି ଅଫର୍ ପାଇବେ ଯାହା ରିଟେଲ ଷ୍ଟୋରରେ ଉପଲବ୍ଧ ନାହିଁ । ଏଭଳି ପରିସ୍ଥିତିରେ ସ୍ମାର୍ଟଫୋନ୍ ରିଟେଲର୍ସ ଅମିତାଭଙ୍କ ଉପରେ ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ ଆଣିଛି ।
ସେପଟେ ଅଲ୍ ଇଣ୍ଡିଆ ମୋବାଇଲ୍ ରିଟେଲର୍ ଆସୋସିଏସନ୍ ସ୍ମାର୍ଟଫୋନ୍ ବ୍ରାଣ୍ଡକୁ ଏହି ପ୍ରସଙ୍ଗରେ ଏକ ଚିଠି ଲେଖିଛି। ଫ୍ଲିପକାର୍ଟର ବିଗ ବିଲିୟନ ଡେଜ୍ ସେଲର ପ୍ରମୋସନ ପାଇଁ ଅମିତାଭ ବଚ୍ଚନ ଏକ ବିଜ୍ଞାପନ କରିଛନ୍ତି। ହେଲେ ଏହି ବିଜ୍ଞାପନକୁ ନେଇ ଅନେକ ବିବାଦ ମୁଣ୍ଡ ଟେକିଛି । ବିଗ୍ ବିଙ୍କ ଏହି ବିଜ୍ଞାପନରେ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ କମ୍ପାନୀ ତଥା ଅଭିନେତାଙ୍କୁ ସିସିପିଏ (ସେଣ୍ଟ୍ରାଲ୍ ଗ୍ରାହକ ସୁରକ୍ଷା ପ୍ରାଧିକରଣ) ରେ ମିଥ୍ୟା ଦାବି କରିଥିବା ଅଭିଯୋଗ କରିଛି ଏବଂ ଏହା ତାଙ୍କ ଅଧୀନରେ ଏକ ଅଭିଯୋଗ ମଧ୍ୟ ଦାଖଲ ହୋଇଛି । CAIT ଦେଶର ଛୋଟ ବ୍ୟବସାୟୀଙ୍କ ବିରୋଧରେ ଏହି ବିଜ୍ଞାପନ ବୋଲି କହିଛି ।
ଏହି ବିଜ୍ଞାପନ ପ୍ରତ୍ୟାହାର କରିବାକୁ ମଧ୍ୟ ସେମାନଙ୍କ ଠାରୁ ଦାବି କରି କହିଛି ଏହା ମାଧ୍ୟମରେ ଉଭୟ କମ୍ପାନୀ ଏବଂ ଅଭିନେତା ଅଫଲାଇନ୍ ଦୋକାନୀମାନଙ୍କୁ ଅପମାନିତ କରିବାକୁ ଚାହୁଁଛନ୍ତି । ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଅନ୍ୟପଟେ ଅଭିଯୋଗ କରିଥିବା ଲୋକମାନେ ଫ୍ଲିପକାର୍ଟକୁ ଦଣ୍ଡ ଏବଂ ବିଗ୍ ବିଙ୍କୁ ୧୦ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ଦାବି କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ଫ୍ଲିପକାର୍ଟ କିମ୍ବା ଅମିତାଭ ବଚ୍ଚନଙ୍କ ଅକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।