ଓଡ଼ିଶା 365 (ବ୍ୟୁରୋ): ଫଳ ଭିତରେ ରାଜା କହିଲେ ଯେମିତି ଆମ୍ବକୁ ବୁଝାଏ ଠିକ୍ ସେହିପରି ଡ଼ାଳିମ୍ବକୁ ମଧ୍ୟ ଲୋକମାନେ ଫଳର ରାଣୀ ବୋଲି କୁହନ୍ତି । ଏହା ଦେଖିବାକୁ ଯେମିତି ଶରୀର ପାଇଁ ଉପକାରୀ ମଧ୍ୟ ସେମିତି । ଛୋଟ ଠାରୁ ବୟସ୍କ ସମସ୍ତେ ଏହି ଫଳକୁ ଖାଇବାକୁ ବେଶକ ପସନ୍ଦ କରିଥାନ୍ତି । ଡାଳିମ୍ବ ଶରୀର ପାଇଁ ଅନେକ ଉପକାରୀ । ଡାଳିମ୍ବରେ ଫାଇବର ସାଥିରେ ଭରପୁର ମାତ୍ରାରେ ଭିଟାମିନ ରହିଛି । ଏହା ସହିତ ଅନେକ ଖଣିଜ ପୋଷକ ତତ୍ତ୍ଵ ମଧ୍ୟ ଭରିରହିଥାଏ । ଲୌହ, ମାଗ୍ନେସିୟମ, ଫସଫରସ, ମାଙ୍ଗାନିଜ, ଜିଙ୍କ, ଓମେଗା-୩ ଆଦି ଅନେକ ପୋଷକତତ୍ତ୍ଵ ଏଥିରେ ଭରି ରହିଛି । ତେବେ ଆସନ୍ତୁ ଜାଣିବା ଡାଳିମ୍ବ ଖାିବା ଦ୍ୱାରା ଶରୀରକୁ କ’ଣ ସବୁ ଫାଇଦା ମିଳିଥାଏ ।
ଏହା ଖାଇବା ଦ୍ଵାରା ଶରୀରକୁ ମିଳିଥାଏ ଏହିସବୁ ସାତୋଟି ଫାଇଦା ।
ଡାଳିମ୍ବଭିତରେ ଆଣ୍ଟିପ୍ଲଗ ନାମକ ଏକ ପୋଷକ ଥାଏ ଯାହା ଶରୀରକୁ ସୁସ୍ଥ ରଖିବା ସହ ଯୁବସୁଲଭତା ଅନେକଦିନ ଯାଏ ଆଣିଥାଏ । ଏହା ଉଚ୍ଚ ରକ୍ତଚାପରୁ ରକ୍ଷା କରିଥାଏ । ଭିଟାମିନ ଓ ନାଇଟ୍ରିକ ଏସିଡ଼ ଭରପୁର ଥିବାରୁ ହାର୍ଟ ସମନ୍ଧୀୟ ରୋଗରୁ ରକ୍ଷା କରିଥାଏ । ଡାଳିମ୍ବ ରସ ଧମନୀରେ ରକ୍ତ ପ୍ରବାହିତ କରିବାରେ ମଧ୍ୟ ସାହାର୍ୟ୍ୟ କରିଥାଏ । ଯାହାଦ୍ଵାରା ଶରୀର ସୁସ୍ଥ ରହିଥାଏ । ଏହାସହ ସ୍ମରଣ ଶକ୍ତି କମଥିବା ଲୋକ ଡାଳିମ୍ବ ରସ ସେବନ କରିବା ଦ୍ୱାରା ସ୍ମରଣଶକ୍ତି ବଢ଼ିଥାଏ । ଏବଂ ଗଣ୍ଠିରୋଗ ପାଇଁ ଡ଼ାଳିମ୍ବ ବହୁତ ଉପକାରୀ । ଡାଳିମ୍ବ ରସ ସେବନ କଲେ ଆଣ୍ଠୁଗଣ୍ଠି ସମ୍ବନ୍ଧୀୟ ରୋଗ ଭଲହୋଇଥାଏ । ତେଣୁ ଆପଣ ପ୍ରତିଦିନ ଡାଳିମ୍ବ ଖାଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।