ଓଡ଼ିଶା 365 (ବ୍ୟୁରୋ): ବିବାହ ପାଇଁ କୋର୍ଟରେ ଆବେଦନ କଲେ ତିର୍ତ୍ତୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ । କଟକ ସବରେଜିଷ୍ଟ୍ରାର ଅଫିସରେ ଏନେଇ ସେ ଆବେଦନ କରିଛନ୍ତି ବିଜୟ ଶଙ୍କର । ଗେଟେପଟେ ବିଜୟ ଶଙ୍କରଙ୍କ ପାଇଁ ପୂର୍ବତନ ବାନ୍ଧବୀ ସୋମାଲିକା ଦାସଙ୍କ ଅଡ଼ୁଆ ବଢୁଥିବାବେଳେ ଏପଟେ ଆବେଦନରେ ଯେଉଁ ଯୁବତୀଙ୍କୁ ସେ ବିବାହ କରିବା କଥା ଉଲ୍ଲେଖ କରିଛନ୍ତି ସେ ସୋମାଲିକା ନୁହଁନ୍ତି । ସେ ହେଉଛନ୍ତି କଟକର ପ୍ରତ୍ୟୁଷା ନନ୍ଦ। ତେବେ ବିଜୟଙ୍କ ନୂଆ ପ୍ରେମ ଗଢି ଉଠିଥିବା ନେଇ ଚର୍ଚ୍ଚା ହେଉଥିଲା ସେ ହେଉଛନ୍ତି ପ୍ରତ୍ୟୁଷା ନନ୍ଦ ।
ପୂର୍ବତନ ବାନ୍ଧବୀ ସୋମାଲିକା ଦାସ ଏହି ଯୁବତୀଙ୍କ ସହ ବିଜୟ ଶଙ୍କରଙ୍କ ସମ୍ପର୍କ ନେଇ ଅନେକ ଥର ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ତେବେ ପୂର୍ବତନ ବାନ୍ଧବୀ ସୋମାଲିକା କୋର୍ଟରେ ବିଧାୟକ ବିଜୟ ଶଙ୍କରଙ୍କ ନାଁରେ କରିଥିବା ଅଭିଯୋଗରୁ କ୍ଲିନଚିଟ୍ ପାଇ ନାହାନ୍ତି । ହେଲେ ଏଭଳି ସ୍ଥିତିରେ ବିଜୟ ଶଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଆବେଦନ କରିଛନ୍ତି। ଯାହା ବିଜୟ ଶଙ୍କରଙ୍କ ପାଇଁ ଆହୁରି ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।